Below header

କଲେଜ ପଛପଟ ଭଡାଘରୁ ମିଳିଲା ଛାତ୍ରର ଝୁଲନ୍ତା ମୃତ ଦେହ, କାରଣ ଅସ୍ପଷ୍ଟ

ଯାଜପୁର ରୋଡ( କେ ନ୍ୟୁଜ):  ଯାଜପୁର ରୋଡ ଥାନା ବ୍ୟାସନଗର କଲେଜ ପଛପଟେ ଜୈନିକ ଭଡାଘରେ ଛାତ୍ରର ଆତ୍ମହତ୍ୟା,ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ମୁତାବକ ଯାଜପୁର ରୋଡ ଥାନା ବ୍ୟାସନଗର କଲେଜ ପଛପଟେ ପ୍ରମୋଦ କୁମାର ମହାନ୍ତିଙ୍କ ଘରେ ଭଡା ରହି କଲେଜରେ ପାଠ ପଢୁଥିଲେ ମୃତ ସିଦ୍ଧାନ୍ତ ସମର ଶେଖର ଜେନା । ମୃତ ସିଦ୍ଧାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଖାଲପାଳ ଅଂଚଳରେ ବୋଲି ଜଣାପଡିଛି । ସିଦ୍ଧାନ୍ତ ସହପାଠୀଙ୍କର କହିବା କଥା ସେ କିଛିଦିନ ଦିନ ହେବ କୌଣସି ଏକ ଘଟଣାକୁ ନେଇ ଚିନ୍ତାରେ ଥିଲେ। ତେବେ ସିଦ୍ଧାନ୍ତ ପ୍ରତେକ ଦିନ ସଖାଳୁ ଉଠନ୍ତି।

ମାତ୍ର ଆଜି ଦିନ ୧୦ଟା ବାଜି ଯାଇଥିଲେବି ଘର ଖୋଲି ନଥିଲେ। ଯାହାକୁ ନେଇ ଘର ମାଲିକ ଚିନ୍ତାରେ ପଡ଼ି କବାଟ ଖୋଲି ଦେଖିଲା ବେଳକୁ ସିଦ୍ଧାନ୍ତ ରସି ଲଗାଇଦେଇଛନ୍ତି। ତୁରନ୍ତ ଘର ମାକିକ ସ୍ଥାନୀୟ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ତେବେ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଂଚି ସିଦ୍ଧାନ୍ତଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ସିଦ୍ଧାନ୍ତ କଣ ପାଇଁ ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.