Below header

ଅନଗୁଳ: ବଅଁରପାଳ ଫୁଲପଡା ରାଜନାଳୀ ନିକଟରେ ପଡିଛି ଯୁବତୀଙ୍କ ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

ଅନୁଗୁଳ(କେନ୍ୟୁଜ୍): ଅନଗୁଳ ବଅଁରପାଳ ଥାନା ଫୁଲପଡା ଠାରେ ଅଭାବନୀୟ ଘଟଣା ।ଫୁଲପଡା ନିକଟ ରାଜନାଳୀ ଠାରେ ମୃତଦେହ ପଡିଥିବା ଜଣାପଡିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ  ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପଡିଛି । ଯୁବତୀ ଜଣକ ଗିରିଧିବାସିଆ ଗାଁର ବୋଲି ସୂଚନା ମିଳିଛି। ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ  ଉତ୍ତେଜନା ଦେଖାଦେଇଛି।

  ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି  ତଦନ୍ତ  ଆରମ୍ଭ କରିଛନ୍ତି କିନ୍ତୁ  କୌଣସି ପ୍ରମାଣ ପୋଲିସ ହାତରେ ଲାଗିନଥିବା ଜଣାପଡ଼ିଛି । ସେପଟେ ମୃତକଙ୍କ ପରିବାର ଲୋକେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି ।ଅନ୍ଯପଟେ ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରିବାସହ ପୋଲିସ ଏକ ସ୍ବତନ୍ତ୍ର ଟିମ କରି ତଦାନ୍ତ କରିବାକୁ ଦାବି କରାଯାଇଛି   ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.