Below header

ଯାଜପୁର କୋରାଇ ଥାନା ଜୁଗଳ ଗାଁରେ କହିଁକି ମଲେ ଦମ୍ପତି? ଘରେ ସ୍ତ୍ରୀର ଆତ୍ମହତ୍ୟା ଓ ଗଛରେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା

ଯାଜପୁର(କେନ୍ୟୁଜ୍):  ଦମ୍ପତିଙ୍କ ଆତ୍ମହତ୍ୟା । ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ବାହାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ଜୁଗଳ ଗାଁରେ । ମୃତ ଦମ୍ପତି ଶାନ୍ତନୁ ଜେନା ଓ ତାଙ୍କ ସ୍ତ୍ରୀ ସବିତା ଜେନା । ଗତରାତିରେ ସ୍ୱାମୀସ୍ତ୍ରୀ ଖିଆପିଆ କରି ଶୋଇବାକୁ ଯାଇଥିଲେ । ପରେ ବିଳମ୍ବିତ ରାତିରେ ପୁଅର ପାଟି ଶୁଣି ପରିବାର ଲୋକେ ଉଠି ବୋହୂ ସବିତାର ମୃତଦେହ ଦେଖିବାକୁ ପାଇଥିଲେ ।

ଘର ପଛ ପାଖରେ ଥିବା ଏକ ଗଛରେ ଶାନ୍ତନୁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଅନ୍ୟପଟେ ସବିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକ । ଗତ ୫ ବର୍ଷ ହେବ ଏହି ଦମ୍ପତି ବିବାହ କରିଥିବା ବେଳେ ତାଙ୍କର ଛୁଆପିଲା ନାହାନ୍ତି । ଏଥିପାଇଁ ପ୍ରଥମେ ସ୍ତ୍ରୀଙ୍କୁ ହତ୍ୟା ପରେ ତାଙ୍କ ସ୍ୱାମୀ ଶାନ୍ତନୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମୃତା ସବିତାଙ୍କ ବାପଘର ଲୋକେ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.