Below header

ରାତିରେ ଭାତ ବଳି ପଡିଛି କି, ତେବେ ଏପରି ପ୍ରସ୍ତୁତ କରନ୍ତୁ ସୁଆଦିଆ ରସଗୋଲା

ଖାଇବା ବର୍ବାଦ ନ ହେଉ, ଏଥିପାଇଁ ପ୍ରାୟତଃ ମହିଳା କଷ୍ଟେ ମଷ୍ଟେ ଖାଇଦିଅନ୍ତି। ଆଉ କେହି କେହି ଲୋକ ତ ବଳକା ଖାଦ୍ୟରେ କିଛି ନା କିଛି ଡିସ୍‌ ବନାଇଦିଅନ୍ତି। ଆଉ ଯଦି ରାତିର ଚାଉଳ ବଳି ପଡିଛି ତାହେଲେ ତାକୁ ଖାଇଦିଅନ୍ତି ନହେଲେ ଫୋପାଡି ଦିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ରେସିପି ବିଷୟରେ ଜଣାଇବୁ ଯାହାପରେ ଆପଣ ଆଉ ବଳକା ଭାତକୁ ଫୋପାଡିବେନାହିଁ। କଣ ଆପଣ କେବେ ଚାଉଳରେ ପ୍ରସ୍ତୁତ ରସଗୋଲା ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚାଉଳ ରସଗୋଲା ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଚାଉଳ ରସଗୋଲା ପାଇଁ ଆବଶ୍ୟକ ସାମଗ୍ରୀ :

  • ସିଝା ଅରୁଆ ଚାଉଳ ବା ଭାତ
  • ଆରାରୋଟ ପାଉଡର – ୧ ଛୋଟ ଚାମଚ
  • ମଇଦା – ୧ ଛୋଟ ଚାମଚ
  • ମିଲ୍କ ପାଉଡର – ୧ ବଡ ଚାମଚ୍‌
  • ଘିଅ – ୧ ବଡ ଚାମଚ୍‌
  • ଚିନି ଓ ପାଣି – ୩ କପ୍‌

ପ୍ରସ୍ତୁତି ପ୍ରଣାଳୀ :

  • ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳ ବା ଭାତକୁ ଗ୍ରାଇଣ୍ଡିଂ କରି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ।
  • ଏହାପରେ ସେଥିରେ ମଇଦା, ଆରାରୋଟ୍ ପାଉଡର ଓ ମିଲ୍କ ପାଉଡର ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛୋଟ ଛୋଟ ଗୋଲା କରନ୍ତୁ।
  • ଏହାପରେ ଆମେ ସିରା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଏକ କଡେଇରେ ଚିନି ଏବଂ ପାଣି ମିଶାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ସିରା ଟିକେ ବହଳିଆ ହୋଇଗଲେ ସେଥିରେ ପ୍ରସ୍ତୁତ ହୋଇଥିବା ଗୁଳାଗୁଡ଼ିକୁ ପକାଇ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ସିଝାନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏହାକୁ ଏକ ପ୍ଲେଟକୁ କାଢି ସେଥିରେ କେଶର ଏବଂ ଅଳେଇଚ ଗୁଣ୍ଡ ପକାଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଆଦିଆ ‘ଚାଉଳ ରସଗୋଲା’।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.