ଦନୁଷ୍କା ଗୁଣତିଲକାଙ୍କ ଜାମିନକୁ ନାମଞ୍ଜୁର କଲେ କୋର୍ଟ, ଦୁଷ୍କର୍ମ ଅଭିଯୋଗରେ ସିଡନୀରେ ହୋଇଥିଲେ ଗିରଫ

ଶ୍ରୀଲଙ୍କା ଟିମ୍ରୁ ବିଦା ହେଲେ ଦନୁଷ୍କା ଗୁଣତିଲକା । ଶ୍ରୀଲଙ୍କା କ୍ରିକେଟର ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଟିମରୁ ବିଦା ହୋଇଛନ୍ତି। ସିଡନୀରେ ଗିରଫ ହେବା ପରେ ଗୁଣତିଲକାଙ୍କ ସମସ୍ୟା ବଢିବାରେ ଲାଗିଛି। ଗୁଣତିଲକାଙ୍କୁ ସିଡନୀ କୋର୍ଟରେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥାପନା କରାଯାଇଥିଲା। ଏହି ସମୟରେ ତାଙ୍କ ହାତରେ ହାତକଡି ଲାଗିଥିବା ଦେଖିବାକୁ ମିଳିଥିଲା। ତେବେ ଗୁଣତିଲକାଙ୍କୁ କୋର୍ଟ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଆଉ ଏବେ ଜେଲରେ ରହିବେ ଗୁଣତିଲକା ।
ଗୁଣତିଲକା ଜାମିନ ପାଇଁ ନ୍ୟୁ ସାଉଥ େଓ୍ଵଲ୍ସର ସୁପ୍ରିମକୋର୍ଟରେ ଆବେଦନ କରିବେ। ଯଦି ତାଙ୍କୁ ଜାମିନ ନ ମିଳେ, ତେବେ ମୁସ୍କିଲରେ ଗୁଣତିଲକାଙ୍କର ବଢିଯିବ। କାରଣ ଅଷ୍ଟ୍ରେଲିଆରେ ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ ମିଳିଥାଏ।
The ExCo of SLC decided to suspend national player Danushka Gunathilaka from all forms of cricket with immediate effect and will not consider him for any selections. READ 👇https://t.co/0qp6lNVEoH
— Sri Lanka Cricket 🇱🇰 (@OfficialSLC) November 7, 2022
ସୂଚନା ମୁତାବକ, ଗୁଣତିଲକାଙ୍କୁ ହୋଟେଲରୁ ରାତି ୩.୩୦ ମିନିଟରେ ଗିରଫ କରାଯାଇଥିଲା। ଶ୍ରୀଲଙ୍କା ଟିମ୍ ଟି-୨୦ରୁ ବିଦାୟ ନେଇ ଫେରୁଥିବା ବେଳେ ଏମିତି ଘଟଣା ଘଟିଥିଲା। ଗୁଣତିଲକାଙ୍କ ବିପକ୍ଷରେ ୨୯ ବର୍ଷୀୟ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଦୁଷ୍କର୍ମ ଶିକାର ହୋଇଥିଲେ ଯୁବତୀ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ଆଉ ଏହି ମାମଲାର ଯାଞ୍ଚ କରୁଛି ।
ଗୁଣତିଲକାଙ୍କ ବିରୁଦ୍ଧରେ ୨୦୧୮ ରେ ମଧ୍ୟ ସମାନ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ ତରଫରୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ କରିଥିଲା। ଶ୍ରୀଲଙ୍କାରେ ଜଣେ ନରୱେ ମହିଳାଙ୍କ ଦ୍ୱାରା ହୋଇଥିବା ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ଗୁଣତିଲକା ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚରା କରିଥିଲା। ତେବେ ଗୁଣତିଲକାଙ୍କ ସମ୍ପୃକ୍ତିକୁ ପୋଲିସ ଖାରଜ କରିଦେଇଥିଲା। ପୋଲିସ ଗୁଣତିଲକାଙ୍କୁ ଛାଡି ଦେଇଥିଲା, କିନ୍ତୁ ସେମାନଙ୍କ ସାଙ୍ଗକୁ ଗିରଫ କରାଯାଇଥିଲା।
ଚଳିତ ଟି-୨୦ ବିଶ୍ୱକପରେ ହେମଷ୍ଟ୍ରିଂ ଆଘାତ ଯୋଗୁଁ ପ୍ରଥମ ମ୍ୟାଚରୁ ବାଦ୍ ପଡିଥିଲେ ଗୁଣତିଲକା। ତେବେ ୨୦୧୫ ନଭେମ୍ବର ମାସରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଗୁଣତିଲକା। ସେ ଏପର୍ଯ୍ୟନ୍ତ ୮ଟି ଟେଷ୍ଟ, ୪୭ ଦିନିକିଆ ଏବଂ ୪୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
Also Read : ଅଷ୍ଟ୍ରେଲିଆରୁ ବନ୍ଧା ହେଲେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା, ଦୁଷ୍କର୍ମ ଅଭିଯୋଗରେ ପୋଲିସ କଲା ଗିରଫ