Below header

ବଜାରରୁ କୁକିଜ କିଣିବା ବଦଳରେ ଘରେ ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଓ କ୍ରିସ୍ପି ‘ଅଟା କୁକିଜ’

ସୁଆଦିଆ କୁକିଜ ଖାଇବାକୁ ଛୋଟ ରୁ ବଡ ସମସ୍ତେ ପସନ୍ଦ କରନ୍ତି । ଯଦି ଚାହା ସହ କୁକିଜ ମିଳିଯାଏ ତେବେ ତ ମଜା କଥା ନକହିଲେ ଭଲ । ଚାହାର ମଜା ଯେମିତି ୧୦ ଗୁଣ ବଢିଯାଏ । କିନ୍ତୁ ବଜାରରେ ମିଳୁଥିବା କୁକିଜ ସାଧାରଣତଃ ମଇଦାରେ ପ୍ରସ୍ତୁତ ହୋଇଥାଏ । ଯେବେକି ମଇଦା ଶରୀର ପାଇଁ ଜମା ବି ଭଲ ନୁହେଁ । ଯଦି ମଇଦା ବଦଳରେ ଅଟାରେ କୁକିଜ ପ୍ରସ୍ତୁତ କରାଯାଏ ତେବେ ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହିତକର । ତେବେ ଆସନ୍ତୁ ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ:

cookies

ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ୧.୫ କପ ଅଟା

୨. ଅଧା କପ ଘିଅ

୩. ଅଧା କପ ଚିନି

୪. ଅଧା ଚାମଚ ଗୁଜୁରାତି ପାଉଡର

୫. କିଛି ଜାଇଫଳ ପାଉଡର

୬. ୩ରୁ ୪ ଚାମଚ କ୍ଷୀର

୭. ଗୋଟେ ଚୁଟକୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

-ଓଭନକୁ ପ୍ରଥମେ ୩୨୫ ଡିଗ୍ରୀ ତାପମାତ୍ରାରେ ପ୍ରି-ହିଟ କରନ୍ତୁ । ପରେ ଆଲୁମିନିୟମ ଫଏଲ ଦେଇ ବେକିଙ୍ଗ ଟ୍ରେକୁ ସେଟ କରନ୍ତୁ ।

– ଆଉ ଏକ ପାତ୍ରରେ ଅଟା , ଇଲାଇଚି ପାଉଡର, ଯାଇ ଫଳ ପାଉଡର, ଲୁଣ ଆଦି ଦେଇ ଭଲଭାବେ ମିଶାନ୍ତୁ ।

– ଆଉ ଏକ ପାତ୍ରରେ ଘିଅ ଓ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ । ସେଥିରେ ୩ ଚାମଚ କ୍ଷୀର ଦିଅନ୍ତୁ । ଏବେ ସବୁକୁ ହାତରେ ଭଲ ଭାବେ ମିଶାଇ ଦିଅନ୍ତୁ । ଯେମିତି ମିଶ୍ରଣଟି ଅଟା ଚକଟା ପରି ହେବ ।

– ଏବେ କୁକିଜ ଟ୍ରେରେ କିଛି ଘିଅ ଲଗାଇ ଗୋଟେ ଗୋଟେ କରି ଟ୍ରେ ରେ ରଖନ୍ତୁ ।

– ୩୨୫ ଡିଗ୍ରୀ ଫରେନହିଟରେ ୨୨ ରୁ ୨୫ ମିନିଟ ପର୍ଯ୍ୟନ୍ତ ସୁନେଲି ରଙ୍ଗ ନହେବା ପର୍ଯ୍ୟନ୍ତ ବେକ କରନ୍ତୁ । ପ୍ରସ୍ତୁତ ହୋଇଗଲା ପରେ ଟ୍ରେ ରୁ ବାହାର କରି ଥଣ୍ଡା କରନ୍ତୁ । ପରେ ଏକ ଏୟାର ଟାଇଟ ଡବାରେ ଷ୍ଟୋର କରି ଦିଅନ୍ତୁ । ଯେତେ ଦିନ ଚାହିଁବେ ଏହାକୁ ରଖି ବ୍ୟବହାର କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.