ରଙ୍ଗ କହିବ ସମ୍ପର୍କ , ଜାଣନ୍ତୁ ରୋଜ୍ ଡେ’ରେ କାହାକୁ ଦେବେ କେଉଁ ରଙ୍ଗର ଗୋଲପ

ପ୍ରେମ କରିବାର ଖାସ୍ ମାସ ହେଉଛି ଫେବୃଆରୀ । ଏହି ମାସର ଆରମ୍ଭରୁ ହିଁ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ଖାସ୍ କରି ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ । ଏମିତି ଦେଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ’୧୪ ଫେବୃଆରୀ ଦିନ ପାଳନ କରାଯାଇଥାଏ, କିନ୍ତୁ ଏହା ପୂର୍ବରୁ ଏହି ଦିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ।

colourଭାଲେଣ୍ଟାଇନ୍ସ ସପ୍ତାହର ଆରମ୍ଭ ରୋଜ ଡେ’ରୁ ହିଁ ହୋଇଥାଏ । ଏହି ଦିନ ପରସ୍ପରକୁ ଭଲ ପାଉଥିବା ବ୍ୟକ୍ତିମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ନିଜ ପ୍ରେମକୁ କିମ୍ବା ବନ୍ଧୁତ୍ବକୁ ଆଗକୁ ନେଇଥାନ୍ତି । ଏମିତି ଦେଖିବାକୁ ଗଲେ ଆମ୍ଭେ ସମସ୍ତେ ଲାଲ ଗୋଲାପ ଫୁଲ ବିଶେଷ ଭାବେ ପସନ୍ଦ କରିଥାନ୍ତି ଏବଂ ରୋଜ୍ ଡେ’ ଦିନ ଲାଲ ଗୋଲାପ ହିଁ ଦେଇଥାନ୍ତି । କଣ ଆପଣ ଜାଣନ୍ତି ସବୁ ଗୋଲାପ ଫୁଲର ରଙ୍ଗ କିଛି ନା କିଛି ସମ୍ପର୍କର ପ୍ରତିକ ଅଟେ ।

ତେବେ ଆସନ୍ତୁ ଜାଣିବେ କେଉଁ ରଙ୍ଗର ଗୋଲାପ ଫୁଲ କାହାକୁ ଦେବେ :

red rose-ଲାଲ୍ ଗୋଲାପ ପ୍ରେମର ପ୍ରତିକ ହୋଇଥାଏ । ଏଥିପାଇଁ ଯେବେ ବି ଭଲପାଇବାର ପରିପ୍ରକାଶ କରିବାକୁ ଚାହୁଁଛନ୍ତି ତ, ଲାଲ ଗୋଲାପ ଦିଅନ୍ତୁ । ରୋଜ ଡେ’ ନିଜର ଫିଲିଙ୍ଗ କହିବାର ଏକ ଭଲ ଦିନ ଭାବେ ଧରାଯାଏ । ଏବଂ କପଲ୍ସ ମାନେ ଏହି ଦିନରେ ପରସ୍ପରକୁ ଫୁଲ ଦେଇ ରୋଜ ଡେ ପାଳନ କରିଥାନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଏହି ରୋଜ ଡେ ପାଳନ କରାଯାଏ ।

roses photos-ଯଦି ଆପଣ କାହା ସହିତ ବନ୍ଧୁତ୍ବ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ରୋଜ ଡେ’ରେ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

white

ଏହାସହ ପଢନ୍ତୁ : ସାଥିଙ୍କୁ ଭାଲେଣ୍ଟାଇନ୍ ଡେ ଉପହାର ଦେବାକୁ ଚାହୁଛନ୍ତି କି? ତେବେ ନିଲାମ ହେବାକୁ ଯାଉଛି ୭୨ ବର୍ଷ ପୁରୁଣା ହାର୍ଟସେଫ୍…

-ଯଦି ଆପଣ କାହାକୁ ନିଜର କୌଣସି ଭୂଲ ପାଇଁ କ୍ଷମା ମାଗିବାକୁ ଚାହୁଁଛନ୍ତି,ତେବେ ତାଙ୍କୁ ଧଳା ଗୋଲାପ ଫୁଲ ଦିଅନ୍ତୁ । କାହିଁକି ନା ଧଳା ରଙ୍ଗର ଗୋଲାପ ଫୁଲ ଶାନ୍ତିର ପ୍ରତିକ ଭାବେ ଧରାଯାଇଥାଏ ।

pink-ଯଦି ଆପଣ କାହାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି,ତେବେ ଆପଣ ପିଙ୍କ୍ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

Orange Rose-ଏହାଛଡା ଯଦି ଆପଣ କାହାକୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କମଳା ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.