Below header

ଗର୍ଭଧାରଣ ସମୟରେ ମହିଳାମାନେ ଏହି ସବୁ ଦିଗ ପ୍ରତି ରୁହନ୍ତୁ ସତର୍କ

ମା ହେବା ଏକ ସୌଭାଗ୍ୟର କଥା । ମା ନିଜ ଜୀବନକୁ ବାଜି ଲଗାଇ ଆଉ ଏକ ନୂଆ ଜୀବନକୁ ଦୁନିଆକୁ ଆଣିଥାଏ । ସେଥିପାଇଁ ଗୋଟେ ମା ପାଇଁ ଗର୍ଭଧାରଣ ସମୟ ଅତି ମୂଲ୍ୟବାନ ହୋଇଥାଏ । ଦିନ କି ଦୁଇଦିନ ନୁହେଁ ଦିର୍ଘ ୧୦ ମାସ ୧୦ ଦିନ ମା ସବୁ କଷ୍ଟ ଯନ୍ତ୍ରଣା ସହି ଥାଏ ପିଲାଟି ପାଇଁ । ତେଣୁ ଗର୍ଭଧାରଣ ସମୟ ଅତି ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ । ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ନିଜର ବିଶେଷ ଧ୍ୟାନ ନେବା ଉଚିତ୍ । ନିଜର ଖାଦ୍ୟ, ପାନୀୟ,ସ୍ବାସ୍ଥ୍ୟ ପ୍ରତି ବିଶେଷ ସଜାଗ ରହିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଦିଗ ଉପରେ ବିଶେଷ ସଚେତନ ରହିବା ଅତି ଜରୁରୀ ଅଟେ ।

pregnantଗର୍ଭଧାରଣ ସମୟରେ ମହିଳାମାନେ ଏହି ଦିଗ ପ୍ରତି ସତର୍କ ରହିବା ଉଚିତ୍ :

-ଗର୍ଭଧାରଣ ସମୟରେ ବାହାର ଖାଦ୍ୟ ଖାଇବା ଉଚିତ ନୁହେଁ।

-କୌଣସି ଭାରି କିମ୍ବା ଓଜନିଆ ଜିନିଷ ଉଠାଇବା ଅନୁଚିତ୍ ।

-ପ୍ରୋଟିନ୍ ଯୂକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

Eat-ଗର୍ଭଧାରଣ ପୂର୍ବରୁ ଥାଇରଏଡ଼, ସିଷ୍ଟ ଆଦିର ପରୀକ୍ଷା କରିନେବା ଉଚିତ।

-ଗର୍ଭଧାରଣ ସମୟରେ ରାସ୍ତାକଡ଼ର ଚଟ୍ପଟା, ଚାଟ୍, ପକୁଡ଼ି , ମୃଦୁ ପାନୀୟ ଆଦି ଖାଦ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଉଚିତ।

women-ଭାଇରାଲ ଇନଫେକନର ଶିକାର ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ଗର୍ଭଧାରଣ ସମୟରେ ଅଧିକ ପ୍ରଦୂଷଣଯୁକ୍ତ ସ୍ଥାନକୁ ଯିବା ଅନୁଚିତ୍ ।

-ପେଟ ଖାଲି ନଖିବା ଅର୍ଥାତ୍ ଭୋକ ଲାଗିବା କ୍ଷଣି ଖାଦ୍ୟ ଖାଇବା ଆବଶ୍ୟକ ଏବଂ ଏହି ସମୟରେ କୌଣସି ଉପାସ ବ୍ରତ ନକରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.