Below header

ଆଜି ଘରେ ବନାନ୍ତୁ ସାଗୁଦାନା ଟୋଷ୍ଟ, ବନାଇବାକୁ ଲାଗିବ ମାତ୍ର ୧୦ ମିନିଟ୍‌

ଟୋଷ୍ଟ ଆଇଟମ୍‌ ତ ଆପଣ ଅନେକ ଖାଇଥିବେ। କିନ୍ତୁ କେବେ ସାଗୁ ଟୋଷ୍ଟ ଟେଷ୍ଟ କରିଛନ୍ତି କି। ଯଦି ନା’ ତେବେ ଆଜି ଟ୍ରାଏ କରନ୍ତୁ ଚଟ୍‌ପଟା ସାଗୁ ଟୋଷ୍ଟ। ଏହା ପାଟିକୁ ଟେଷ୍ଟି ଲାଗିବା ସହ ଶରୀର ପାଇଁ ମଧ୍ୟ ହେଲ୍‌ଦି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସାଗୁ ଟୋଷ୍ଟ ତିଆରି କରିବା ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

୧ କପ୍‌ ଭିଜାଯାଇଥିବା ସାଗୁ, ୨ ସିଝା ଆଳୁ, ୨ ବଡ଼ ଚାମଚ ଚାଉଳ ଗୁଣ୍ଡ, ୧/୪ କପ୍‌ କଟା ବାଦାମ, ୨ଟି କଟା ଲଙ୍କା, ୧/୨ ଚାମଚ ଗୋଲମରିଚ ଗୁଣ୍ଡ, ୧/୨ ଜିରା ପାଉଡର, ୧/୪ ଜିରା, ୧/୨ ଛୋଟ ଚାମଚ କଟା ଅଦା, ସ୍ୱାଦାନୁସାରେ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଏକ ଚିମୁଟା ହେଙ୍ଗୁ, କଟା ଧନିଆ ପତ୍ର, ୨ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଭିଜାଯାଇଥିବା ସାଗୁକୁ ଶୁଖାଇ ଏକ ପାତ୍ରକୁ କାଢ଼ି ନିଅନ୍ତୁ। ଏଥିରେ ଚକଟା ଆଳୁ, ଚାଉଳ ଗୁଣ୍ଡ, ବାଦାମ, ସମସ୍ତ ମସଲା ଓ ଲୁଣ ଗୋଳାଇ ଭଲ ଭାବେ ଚକଟି ଦିଅନ୍ତୁ।
ଏବେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏଥିରେ ଜିରା, ହେଙ୍ଗୁ ଓ କଟା ଅଦାକୁ ପକାଇ ସାମାନ୍ୟ ଭାଜନ୍ତୁ। ଏବେ ଏଥିରେ ସାଗୁ ଓ ଆଳୁ ଚକଟା ପକାଇ ମିଶାନ୍ତୁ। ଏବେ ଟୋଷ୍ଟରରେ ତେଲ ଲଗାଇ ଦିଅନ୍ତୁ। ଏହା ଉପରେ ସାଗୁ ମିଶ୍ରିତ ଆଳୁ ମସଲାକୁ ଅଳ୍ପ ଅଳ୍ପ କରି ହାତରେ ନେଇ ଛୋଟ ଛୋଟ କରି ରଖନ୍ତୁ। ଏବେ ଟୋଷ୍ଟର ବନ୍ଦ କରି କିଛି ସମୟ ସେକନ୍ତୁ। ଏବେ ବାହାର କରି ଚଟଣୀ ସହ ସର୍ଭ କରନ୍ତୁ ସାଗୁ ଟୋଷ୍ଟ।

Also Read: ବଞ୍ଚାଇବା ଚକ୍କରରେ ଛେଳି ସହ ହିଁ କୂଅରେ ଗଳି ପଡ଼ିଲେ ମହିଳା, ଏମିତି ବଞ୍ଚିଲା ଜୀବନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.