ବଞ୍ଚାଇବା ଚକ୍କରରେ ଛେଳି ସହ ହିଁ କୂଅରେ ଗଳି ପଡ଼ିଲେ ମହିଳା, ଏମିତି ବଞ୍ଚିଲା ଜୀବନ

କଥାରେ ଅଛି- ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ନିକଟରେ ମଧ୍ୟ ପ୍ରଦେଶର ଜଣେ ମହିଳାଙ୍କ ପାଖରେ ଏହା ସତ ହୋଇଛି। ନରସିଂହପୁରର ଗାଡରଓ୍ଵାରା ପିଠହରା ଗାଁରେ ଜଣେ ମହିଳା ନିଜ ଛେଳିକୁ ବଞ୍ଚାଇବାକୁ ଯାଇ ଛେଳି ସହ ହିଁ ୭୦ ଫୁଟ୍‌ ଗଭୀର କୂଅରେ ଗଳି ପଡ଼ିଛନ୍ତି। ସୌଭାଗ୍ୟବଶତଃ କୂଅଟି ଶୁଖିଲା ଥିବାରୁ ତାଙ୍କର ଅଧିକ କିଛି କ୍ଷତି ହୋଇନାହିଁ। ମହିଳାଙ୍କ ପରିବାର ପାଖରେ ଥିବାରୁ ସେମାନେ ତୁରନ୍ତ କୂଅ ପାଖରେ ପହଞ୍ଚଥିଲେ। କିନ୍ତୁ ସେମାନେ ତାଙ୍କୁ ଉଦ୍ଧାର କରିପାରି ନଥିଲେ।

ମହିଳାଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଗ୍ନିକ ମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମେ ୨ ଜଣ ଆଗ୍ନିକ କୂଅ ଭିତରକୁ ଯାଇ ମହିଳା ଓ ଛେଳିକୁ ଦଉଡ଼ିରେ ବାନ୍ଧିଥିଲେ। ପରେ ଉପରେ ଥିବା କର୍ମଚାରୀ ତାଙ୍କୁ ଟାଣି ଟାଣି ବାହାର କରିଥିଲେ।

Well2
Image Credit: Punjab Kesari

 

ଏତେ ଉଚ୍ଚରୁ ଗଳି ପଡ଼ିବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଛେଳିଟି ସୁସ୍ଥ ଥିବା ଜଣାପଡ଼ିଛି। ଡାକ୍ତରଙ୍କ କହିବାନୁସାରେ ମହିଳାଙ୍କ ଅବସ୍ଥା ଏବେ ସ୍ଥିର ଅଛି।

Also Read: ଖୁସି ଖବର! ଗ୍ରାଜୁଏସନ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ, ଦରମା ୩୪ ହଜାର ଟଙ୍କାରୁ ଅଧିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.