ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ, ଜୁନ ମାସ ଠାରୁ ହେବ ଆରମ୍ଭ : ସ୍କାଏମେଟ୍‌

ନୂଆଦିଲ୍ଲୀ: ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୨ ପାଇଁ ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ବର୍ଷାର ପରିମାଣ ଏଲପିରେ ୯୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଥିରେ ୫ ପ୍ରତିଶତ ଏପଟ ସେପଟ ହୋଇପାରେ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏଲପିଏ ବା ଲଙ୍ଗ ପିରିୟଡ ଏଭରେଜ୍‌ ୮୮୦ ଦଶମିକ ୬ ରହିବ ।

ଜୁନ ମାସ ଠାରୁ ବର୍ଷା ଆରମ୍ଭ ହେବ । ସ୍କାଏମେଟ୍‌ର ଆକଳନ ଅନୁସାରେ ଜୁନ୍‌ରେ ୧୦୭ ପ୍ରତିଶତ ଏଲପିଏ, ଜୁଲାଇରେ ୧୦୦ ପ୍ରତିଶତ, ଅଗଷ୍ଟରେ ୯୫ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୯୦ ପ୍ରତିଶତ ଏଲପିଏ ବା ଲଙ୍ଗ ପରିୟଡ ଏଭେରେଜ ରହିବାର ସମ୍ଭାବନା ରହିଛି । ପୂର୍ବରୁ ଫେବୃଆରୀରେ ସ୍କାଏମେଟ୍‌ ସ୍ୱାଭାବିକ ମୌସୁମୀ ନେଇ ପୂର୍ବାନୁମାନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.