Below header

କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ, ଜାଣନ୍ତୁ ଏହାର ଫାଇଦା

ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ ଓ ହୋଟେଲ ଆଦିରେ ମଧ୍ୟ ଲୋକଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥାଏ । ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଏଥିରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

କଦଳୀ ପତ୍ରରେ ଖାଇବା ବହୁ ପୁରାତନ ପରମ୍ପରା । ଏଥିରେ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କଦଳୀ ପତ୍ରରେ ଖାଇବା ଦ୍ୱାରା କେଉଁ ଫାଇଦା ମିଳିଥାଏ ।

ହଜମପ୍ରକ୍ରିୟା ଠିକ ରୁହେ:

କଦଳୀ ପତ୍ରରେ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ରୁହେ । କେବଳ ଏତିକି ନୁହେଁ ବରଂ ଏଥିରେ ପ୍ଲାଣ୍ଟ – ବେସଡ୍ କମ୍ପାଉଣ୍ଟ, ପଲିଫେନାଲ୍‌ସର ମାତ୍ରା ପୂର୍ଣ୍ଣ ଥାଏ । ଯାହା ନାଚୁରାଲ ଆଣ୍ଟି ଅକ୍ସିଡେଣ୍ଟଭଳି କାମ କରେ । ଏହା ଶରୀରକୁ ବିିଭିନ୍ନ ରୋଗରୁ ରକ୍ଷା କରିଥାଏ ।

ଖାଦ୍ୟ ସୁସ୍ୱାଦୁ ଲାଗିଥାଏ:

ଏହି ପତ୍ରରେ ଖାଇବା ଦ୍ୱାରା ଖାଦ୍ୟ ପାଟିକୁ ବେଶ ସୁସ୍ୱାଦୁ ଲାଗିଥାଏ । ଗରମ ଖାଦ୍ୟକୁ ଏଥିରେ ଖାଇବା ଦ୍ୱାରା ଶରୀର ପାଇଁ ବେଶ ଳାଭଦାୟକ ହୋଇଥାଏ ।

8
pc: Friday Magazine

ଇକୋ ଫ୍ରେଣ୍ଡଲି ହୋଇଥାଏ:

ଏହି ପତ୍ରରେ ଖାଇବା ପରେ ଏହାକୁ ଫୋପାଡିଲେ ମାଟିରେ ଏହା ଭଲ ଭାବେ ମିଶି ଯାଇଥାଏ । ପର୍ଯ୍ୟାବରଣକୁ ଏହା ଖରାପ କରିନଥାଏ । ଏହା ହାଇଜେନିକ ହୋଇଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।

କେମିକାଲ ଫ୍ରି ଆହାର:

ଏହି ପତ୍ରରେ ଖାଇବା ଦ୍ୱାରା ଆମ ଶରୀର ମଧ୍ୟରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ପ୍ରବେଶ କରିପାରିନଥାଏ । ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ । କାରଣ ପ୍ଲାଷ୍ଟିକ ଆଦିରେ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ ଏବଂ କ୍ୟାନସର ଭଳି ବଡ଼ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ସମସ୍ତେ କଦଳୀ ପତ୍ରରେ ଖାଦ୍ୟ ଖାଇବା ଆବଶ୍ୟକ । ଏହାଦ୍ୱାରା ଶରୀର ଆପଣଙ୍କର ସୁସ୍ଥ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.