ତାମିଲନାଡୁ ଓ ପୁଡୁଚେରୀରେ ସତ୍ତା ହେଲା ପରିବର୍ତ୍ତନ, ବଦଳିଲା ଶାସନ କ୍ଷମତା

କେନ୍ୟୁଜ୍(ବ୍ୟୁରୋ):  ତାମିଲନାଡୁ ଓ ପୁଡୁଚେରୀରେ ସତ୍ତା ପରିବର୍ତ୍ତନ । ବଦଳିଲା ଶାସନ କ୍ଷମତା । ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମକେ ହାତରୁ ଶାସନ ଡୋରି ଛଡ଼ାଇ ଆଣିଛି ଡିଏମକେ ମେଣ୍ଟ । ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ମେଣ୍ଟ ପ୍ରାର୍ଥୀ ୧୪୯ ଆସନରେ ଆଗରେ ରହିଛନ୍ତି । ଏଆଇଏଡିଏମକେ ମେଣ୍ଟ ତିନି ଅଙ୍କ ବି ଛୁଇଁପାରିଲା ନାହିଁ ।

ବର୍ତ୍ତମାନ ସୁଦ୍ଧା ଗଣତିରେ ୮୪ଟି ଆସନରେ ଆଗରେ ଅଛି ଏଆଇଏଡିଏମ୍‌ ମେଣ୍ଟ । ଅନ୍ୟାନ୍ୟ ଦଳ ଗୋଟିଏ ସିଟରେ ଆଗରେ ରହିଛନ୍ତି ।ସେପଟେ ପୁଡୁଚେରୀରେ ସରକାର ଗଢ଼ିପାରେ ବିଜେପି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେପି ୧୫, କଂଗ୍ରେସ ୮ ଓ ଅନ୍ୟାନ୍ୟ ୫ଟି ସିଟରେ ଆଗରେ ରହିଛନ୍ତି । ପୁଡୁଚେରୀରେ ମ୍ୟାଜିକ ନମ୍ବର ରହଛି ୧୬ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.