ବିବାହ ପୂର୍ବରୁ ପୁରୁଷମାନେ କରିନିଅନ୍ତି ଏହିସବୁ କାମ, ନଚେତ୍‌ ପରେ ହୋଇପାରନ୍ତି ହଇରାଣ

ଯଦି ଆପଣଙ୍କ ବିବାହ ଆଗକୁ ହେବାକୁ ରହିଛି, ତେବେ ବିବାହର ମିଠା ସ୍ୱାଦ ଚାଖିବା ଆଗରୁ ଆପଣ ଏହି ଜିନିଷ ନିଶ୍ଚିତ ଭାବେ କରିନିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଆଉ ହଇରାଣ ହେବାକୁ ପଡିବ ନାହିଁ। ତେଣୁକରି ଆପଣ ବିବାହ କରିବା ପୂର୍ବରୁ ଏହି ସବୁ କାମ ପୁରୁଷଙ୍କୁ କରି ନେବା ଜରୁରୀ।

ରୋଷେଇ କରିବା ଶିଖିନିଅନ୍ତୁ :

ବିବାହ ପୂର୍ବରୁ ପୁରୁଷମାନେ ରୋଷେଇ କରିବା ନିଶ୍ଚିତ ଭାବେ ଶିଖିନିଅନ୍ତୁ। ଏହାର ଦୁଇଟି ଫାଇଦା ରହିଛି। ପ୍ରଥମେ ପତ୍ନୀ ଆପଣଙ୍କର ଏହି ଅଭ୍ୟାସ ଯୋଗୁଁ ଖୁସି ହୋଇଯିବେ। ଦ୍ୱିତୀୟରେ ଯଦି ଆପଣଙ୍କ ପତ୍ନୀ ବିବାହ ପରେ ତାଙ୍କ ବାପ ଘରକୁ ମଧ୍ୟ ଯଆନ୍ତି ଆପଣଙ୍କୁ ହଇରାଣ ହେବାକୁ ପଡିବ ନାହିଁ। ଏହା ଆପଣଙ୍କ ବୈବାହିକ ଜୀବନ ଉତ୍ତମ ପ୍ରଭାବ ପକାଇବ।

3

 

ଆର୍ଥିକ ସ୍ଥିତି ସୁଧାରି ନିଅନ୍ତୁ :

ବିବାହ ପୂର୍ବରୁ ପୁରୁଷମାନେ ନିଜର ଆର୍ଥିକ ସ୍ଥିତି ସୁଧାରି ନିଅନ୍ତୁ। ବିବାହ ପରେ ଆପଣଙ୍କ ଉପରେ ଆଉ ଜଣଙ୍କର ଦାୟିତ୍ୱ ରହିଥାଏ। ସେଥିପାଇଁ ଆର୍ଥିକ ସ୍ଥିତି ମଜବୁତ ହେବା ଜରୁରୀ। ଏହାଛଡା ଆପଣଙ୍କ ପାଖରେ ଅସୁବିଧା ସମୟରେ କିପରି ଆର୍ଥିକ ସ୍ଥିତି ମଜବୁତ କରିବେ ତାହା ପ୍ଲାନ କରିନିଅନ୍ତୁ। ଯଦି ଆପଣ ଏହି ସ୍ଥିତି ନ ସୁଧାରନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ସାମ୍ନା କରିବାକୁ ପଡିପାରେ।

ପ୍ରତିଜ୍ଞା କରନ୍ତୁ ନାହିଁ :

ଯଦି ଆପଣ ପ୍ରତି କଥାରେ ପ୍ରତିଜ୍ଞା କରୁଛନ୍ତି ତେବେ ଏହି ଅଭ୍ୟାସ ଛାଡିଦିଅନ୍ତୁ। ଆପଣଙ୍କ ଏହି ଅଭ୍ୟାସ ବିବାହ ପରେ ଆପଣଙ୍କୁ ହଇରାଣରେ ପକାଇପାରେ। ଯଦି ଆପଣ ଆପଣଙ୍କ ପତ୍ନୀଙ୍କୁ କୌଣସି କାମ ପାଇଁ ପ୍ରତିଜ୍ଞା କରିଦେଇଥାନ୍ତି କିନ୍ତୁ ତାହା କରନ୍ତି ନାହିଁ ଏହା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବ।

men 2

ଖର୍ଚ୍ଚ କମ୍‌ କରନ୍ତୁ :

ବିବାହ ପୂର୍ବରୁ ହିଁ ଆପଣ ଖର୍ଚ୍ଚ କମ୍‌ କିପରି କରିପାରିବେ ତାହା ଶିଖିଯାଆନ୍ତୁ । ଅବିବାହିତ ହେବା ପୂର୍ବରୁ ଯଦି ଆପଣ ମନ ମୁତାବକ ଖର୍ଚ୍ଚ କରୁଥାନ୍ତି, ତେବେ ବିବାହ ପୂର୍ବରୁ ଏଥିରେ ରୋକ୍‌ ଲଗାଇଦିଅନ୍ତୁ। ବିବାହ ପରେ ଆପଣଙ୍କ ଦାୟିତ୍ୱ ବଢିଯାଏ ତେବେ ଖର୍ଚ୍ଚ କମ୍‌ କରି କିଛି ସଞ୍ଚୟ କରିନିଅନ୍ତୁ।

Leave A Reply

Your email address will not be published.