ମଣିଷଙ୍କ ପରି ଏମାନଙ୍କର ମଧ୍ୟ ରହିଛି ଇଚ୍ଛା, ଦେଖନ୍ତୁ ଏହି ମଜାଦାର ଭିଡିଓ, ଯାହା ହେଉଛି ଟ୍ଵିଟ୍ରରେ ଭାଇରାଲ

ଇଣ୍ଟରନେଟ କିମ୍ବା ସୋସିଆଲ ମିଡିଆ ସାଇଟ୍ରେ ଏପରି କେତେକ ଭିଡିଓ ଅପଲୋଡ ହେଉଛି, ଯାହା ଅଳ୍ପ ସମୟ ଭିତରେ ଖୁବ୍ ଭାଇରାଲ ମଧ୍ୟ ହେଉଛି। ଏମିତିରେ ଅନେକ ଲୋକ ରହିଛନ୍ତି, ଯେଉଁମାନେ ରାତାରାତି ଏମିତି ଭିଡିଓ ଯୋଗୁଁ ଲୋକପ୍ରିୟ ହୋଇଯାଉଛନ୍ତି। ନିକଟରେ ଏପରି ଏକ ଭିଡିଓ ନଜର ଆସିଥିଲା, ଯେଉଁଥିରେ ଗୋଟେ ବତକ କୁକୁର ଠାରୁ ରକ୍ଷା ପାଇବା ପାଇଁ ମରିବାର ଅଭିନୟ କରିଥିବା ନଜର ଆସିଥିଲା। ଏହି ଭିଡିଓ ଅପଲୋଡ ହେବାର କିଛି ସମୟ ପରେ ଖୁବ୍ ଭାଇରାଲ ହୋଇଥିଲା। କିଛି ଲୋକ ଏହି ଭିଡିଓ ଦେଖି ବତକକୁ ଓସ୍କାର ଆଓ୍ଵାର୍ଡ ଦେବାକୁ ମଧ୍ୟ କରିଥିଲେ।
ପୁଣି ଥରେ ଏପରି ଏକ ବତକ ଭିଡିଓ ସାମ୍ନାକୁ ଆସିଛି, ଯାହା ଟ୍ଵିଟରରେ ଭାଇରାଲ ହେଉଛି। ୨୧ ସେକେଣ୍ଡରେ ଭିଡିଓରେ ଦେଖିବାକୁ ମିଳିଛି, ବତକଗୁଡିକ ସ୍ଲାଇଡିଂ ବାରରେ ସ୍ଲାଇଡ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଦେଖିବାକୁ କୌତୁହଳ ଲାଗୁଛି। ବତକ ଛୁଆମାନଙ୍କର ମସ୍ତି ଅନ୍ଦାଜର ଭିଡିଓ ଦେଖି ଆପଣ ମଧ୍ୟ ଖୁସି ହୋଇଯିବେ।
A duckling slide pic.twitter.com/1kFNEqe24M
— viralvideos (@BestVideosviral) October 13, 2019
ଏହି ଭିଡିଓକୁ ଟ୍ଵିଟରରେ ଏପର୍ଯ୍ୟନ୍ତ ସାଢେ ଚାରିଲକ୍ଷ ଲୋକ ଲାଇକ୍ କରିସାରିଲେଣି। ଏହାଛଡା ସାତ ହଜାରରୁ ଉର୍ଦ୍ଧ୍ୱ ଲୋକ କମେଣ୍ଟ ମଧ୍ୟ କରିସାରିଲେଣି। ଏହି ଭିଡିଓକୁ ଦେଖି ଆପଣ ଅନୁମାନ କରିପାରିବେ, ଯେପରି ଆମେ କୌଣସି ଓ୍ଵାର୍ଟର ପାର୍କକୁ ଟିକେଟ ନେଇ ଯାଇ ମସ୍ତି କରୁଛେ, ସେହିପରି ବତକ ମଧ୍ୟ ଟିକେଟ ନେଇ ଏଠାରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି।