Below header

ଶୀତ ଦିନେ ଶରୀରର ଭିଟାମିନ-ଡିର ମାତ୍ରାକୁ ଏହି ଖାଦ୍ୟ ମାଧ୍ୟମରେ ପୂରଣ କରନ୍ତୁ

ଶରୀର ସୁସ୍ଥ ସବଳ ରହିବା ପାଇଁ ସମସ୍ତ ଭିଟାମିନ ଓ ମିନେରାଲ ମାନ ସଠିକ ମାତ୍ରାରେ ରହିବା ନିହାତି ଦରକାର । ଭୋଜନରୁ ଏଗୁଡିକ ମିଳୁଥିଲେ ବି କିନ୍ତୁ ଶୀତଦିନେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ- ଡି ମିଳିପାରି ନ ଥାଏ । ଏହି ଋତୁ ସମୟରେ ହିଁ ଶରୀରରେ ସବୁଠୁ ଅଧିକ ଭିଟାମିନ- ଡିର ଅଭାବ ହୋଇଥାଏ । ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୭୦ ପ୍ରତିଶତ ଲୋକ ଭିଟାମିନ-ଡି ଅଭାବର ଶିକାର ହୋଇଥାନ୍ତି । ଏମାନଙ୍କ ସବୁଠୁ ଅଧିକ ସଂଖ୍ୟକ ମହିଳା ଅଛନ୍ତି ।

୧. କଣ ଆପଣ କେବେ ଟୁନା ଫିସ ବିଷୟରେ ଶୁଣିଛନ୍ତି । ଏହାକୁ ସେଲିବ୍ରିଟି ମାନେ ସେମାନଙ୍କ ନିୟମିତ ଭୋଜନରେ ଗ୍ରହଣ କରନ୍ତି । ଏହି ମାଛ ଶରୀରର ଭିଟାମିନ- ଡିର ମାତ୍ରାକୁ ସହଜରେ ପୂରଣ କରିଥାଏ । ସକାଳ ଜଳଖିଆରେ ଆପଣ ଏହାର ସାଂଡଵିଚ ପ୍ରସ୍ତୁତ କରି ଖାଇ ପାରିବେ । ଟୁନା ଫିସ ସାଲାଡ଼ ବି ବହୁତ ଟେଷ୍ଟି ହୋଇଥାଏ ।

vitamin d

୨. ଚିକେନରେ ବି ଆପଣ ସ୍ୱାଦିଷ୍ଟ ସାଲାଡ ପ୍ରସ୍ତୁତ କରି ଖାଇ ପାରିବେ । ଏହା ମଧ୍ୟ ଶରୀରର ଭିଟାମିନ- ଡି ମାତ୍ରାକୁ ପୂରଣ କରିଥାଏ । ଏଥିପାଇଁ ଆପଣ ବାଇଲ ଚିକେନରେ ଛତୁ, କଞ୍ଚା ସୋରିଷ, ରାଶି ଓ ବାଇଲ ଏଗ ମିଶାଇ ଖାଇପାରିବେ ।

୩. କେତେ ଲୋକ ଅଣ୍ଡାରୁ ଏହାର ଧଳା ଅଂଶକୁ ଅଲଗା କରି ଖାଇଥାନ୍ତି । ଏହାକୁ ୟାକ କୁହାଯାଏ । ଅଣ୍ଡାର ଏହି ଅଂଶରେ ହେଲଦି ଫ୍ୟାଟ ଭରପୁର ମାତ୍ରାରେ ରହିଥାଏ । ତେଣୁ ଶରୀରର ଭିଟାମିନ- ଡି ଅଭାବକୁ ସହଜରେ ଦୂର କରିଥାଏ ।

ଏହା ସହ ପଢନ୍ତୁ: ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଦାନ କରନ୍ତୁ ଗୋଲମରିଚ, ମିଳିବ ଫାଇଦା

୪. ଶରୀରରୁ ଭିଟାମିନ-ଡିର ଅଭାବକୁ ଦୂର କରିବା ପାଇଁ ଆଭୋକାଢୋକୁ ସର୍ବଶ୍ରେଷ୍ଠ ଫଳ ଭାବେ ଧାରା ଯାଇଥାଏ । ଏଥିରେ ମହଜୂତ ଥିବା ଉପକାରୀ ଫ୍ୟାଟ ଶରୀରର ଭିଟାମିନ- ଡି ମାତ୍ରାକୁ ଅତିଶୀଘ୍ର ପୂରଣ କରିପାରେ । ଆପଣ ଯଦି ଚାହିଁବେ ପ୍ରତିଦିନର ଜଳଖିଆରେ ଏହାକୁ ସାମିଲ କରି ପାରିବେ । ଅଟା ବ୍ରେଡ ସହ ସ୍ଲାଇସ ସ୍ଲାଇସ କରି କାଟି ଖାଇଲେ ଭିଟାମିନ-ଡିର ମାତ୍ରା ପୂରଣ ହୋଇଥାଏ ।

୫. ଭିଟାମିନ-ଡି ପୁରଣର ସର୍ବ ଶ୍ରେଷ୍ଠ ବିକଳ୍ପ ହେଉଛି ସକାଳର ସୂର୍ଯ୍ୟ କିରଣ । ସକାଳ ୭ ଟାରୁ ୮ ଟା ସମୟ ଭିତରେ ଖରାରେ ବସିଲେ ଶରୀରରୁ ଏହି ଭିଟାମିନର ଅଭାବ ସହଜରେ ଦୂର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.