ଆଇଟି ସେକ୍ଟରେ ଘନଉଛି ସଙ୍କଟ, ଚାକିରି ହରାଇବେ ୩୦ରୁ ୪୦ ହଜାର ମିଡ ଲେଭଲ କର୍ମଚାରୀ

କେନ୍ୟୁଜ୍(ବ୍ୟୁରୋ): ଆଇଟି ସେକ୍ଟରେ ଘନଉଛି ସଙ୍କଟ। ଚାକିରି ହରାଇବେ ୩୦ ହଜାରରୁ ୪୦ ହଜାର ମିଡ ଲେଭଲ କର୍ମଚାରୀ। କଂପାନୀର ଆର୍ଥିକ ସ୍ଥିତି ଯୋଗୁଁ ଏମାନେ ଛଟେଇ ହେବେ ବୋଲି ଆଇଟି ଇଣ୍ଡଷ୍ଟ୍ରି ଭେଟରାନ ଟି.ଭି ମୋହନଦାସ ପାଇ ସତର୍କବାଣୀ କରିଛନ୍ତି। ଚଳିତ ବର୍ଷ ଦେଶରେ ଆଇଟି ସେକ୍ଟରରେ ଅଭିବୃଦ୍ଧି ହାର ଧୀମା ରହିଛି । ଏହାର ପ୍ରଭାବରେ ଏହି କର୍ମଚାରୀମାନେ ଚାକିରି ହରାଇବେ । ପ୍ରତି ୫ ବର୍ଷରେ ଥରେ ଆଇଟି ସେକ୍ଟରରେ ଏପରି ଘଟଣା ଘଟିଥାଏ । ଯାହା ସ୍ୱାଭାବିକ ବୋଲି ଇନ୍‌ଫୋସିସ୍‌ର ପୂର୍ବତନ CFO ମୋହନଦାସ ପାଇ କହିଛନ୍ତି । କର୍ମଚାରୀଙ୍କୁ ପଦୋନ୍ନତି ଦେବା ସମୟରେ ସେମାନଙ୍କ ବର୍ଦ୍ଧିତ ଦରମାକୁ ନେଇ ଏଭଳି ପରିସ୍ଥିତି ଦେଖାଯାଇଥାଏ ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.