ମେକଅପ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ ତ ଜବରଦସ୍ତ ସପୋର୍ଟ କଲେ୍‌ ଫ୍ୟାନ୍ସ

ନିଜର ଗୀତ ଏବଂ ଟ୍ୟାଲେଣ୍ଟ ଜରିଆରେ ରାତାରାତି ସୁପରଷ୍ଟାର ହୋଇଥିବା ରାନୁ ମଣ୍ଡଳ ନିକଟରେ ନିଜ ମେକଅପ ଏବଂ ଲୁକ ପାଇଁ ସୋସିଆଲ ମିଡିଆରେ ଲୋକମାନଙ୍କ ଦ୍ୱାରା ଖୁବ ଟ୍ରୋଲ ହୋଇଥିଲେ । ସୋସିଆଲ ମିଡ଼ିଆ ସେନ୍ସେସନ ରାନୁ ମଣ୍ଡଳ ନିକଟରେ କାନପୁରରେ ଥିବା ଏକ କାର୍ଯ୍ୟକ୍ରମକୁ ବହୁତ ସଜବାଜ ହୋଇ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ରାନୁ ଗୀତ ଗାଇବା ସହିତ ରାମ୍ପ ୱାକ ମଧ୍ୟ କରିଥିଲେ ଯାହାର  ଫଟୋ ଏବଂ ଭିଡି଼ଓ ଇଣ୍ଟରନେଟରେ ଖୁବ ଭାଇରଲ ହୋଇଥିଲା ।

କିନ୍ତୁ ରାନୁ ମଣ୍ଡଳଙ୍କୁ ତାଙ୍କ ମେକଅପ ଏବଂ ଲୁକ ପାଇଁ ଟ୍ରୋଲର୍ସ ତାଙ୍କୁ ଟ୍ରୋଲ କରିଦେଲେ । ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ଫଟୋକୁ ଦେଖି ଖୁବ ମଜାକ ଉଡ଼ାଇଲେ ଏବଂ ଅନେକ ମିମସ ବନାଇ ସୋସିଆଲ ମିଡିଆରେ ଭାଇରଲ କରାଇଦେଲେ । କେବଳ ଏତିକି ନୁହେଁ ରାନୁଙ୍କୁ ନେଇ ଲୋକମାନେ ଅନେକ ଭଲ ଖରାପ ପ୍ରତିକ୍ରିୟା ମଧ୍ୟ ଦେଲେ କିନ୍ତୁ ଏବେ ରାନୁ ମଣ୍ଡଳଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ପ୍ରଶଂସକ ମାନେ ।

ରାନୁ ମଣ୍ଡଳଙ୍କୁ ସପୋର୍ଟରେ ବାହାରିଛନ୍ତି ତାଙ୍କ ସପୋର୍ଟର, ଫଳରେ ଫ୍ୟାନ୍ସ ଟ୍ରୋଲର୍ସଙ୍କ କ୍ଲାସ୍‌ ନେଉଛନ୍ତି। ଜଣେ ଫ୍ୟାନ୍‌ ତାଙ୍କ ଟ୍ଵିଟରରେ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ମୁଁ ବୁଝି ପାରୁନାହିଁ କାହିଁକି ଲୋମାନେ ରାନୁଙ୍କର ପଛରେ ପଡିଛନ୍ତି ? କାହିଁକି ତାଙ୍କ ମେକଅପକୁ ନେଇ ମଜାକ ଉଡାଉଛନ୍ତି। ’ ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି, ‘ଆପଣମାନଙ୍କୁ କାହିଁକି ଟ୍ରୋଲ କରିବାକୁ ପସନ୍ଦ। ଆପଣ ବୋଧ ହୁଏ ଭୁଲିଯାଉଛନ୍ତି ଏଥିରେ ତାଙ୍କୁ ମାନସିକ ଚାପ ମଧ୍ୟ ପଡୁଥାଇପାରେ। ଯିଏ ମେକଅପ୍‌ କରିଛନ୍ତି ତାଙ୍କୁ ବୁଝିବା ଦରକାର ଯେ ନାଚୁରାଲ ବିଉଟି କେତେ ଭଲ ଏବଂ ସୁନ୍ଦର ଲାଗିଥାଏ। ଏଥିରେ ତାଙ୍କୁ ଟ୍ରୋଲ କରିବ ବନ୍ଦ କର। ସେ ଏହାକୁ ସହ୍ୟ କରିପାରିବେନି।

ଏହାସହ ପଢନ୍ତୁ : ଗୀତ ଛାଡି ମଡେଲିଂ ଆରମ୍ଭ କଲେଣି କି ରାନୁ ମଣ୍ଡଳ? ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆ ସେନସେସନ୍‌ ରାନୁ ମଣ୍ଡଳ ନିଜର ଏକ ଭିଡିଓ ଜରୀଆରେ ସୁପରଷ୍ଟାର ହୋଇଥିଲେ। କୋଲକାତା ରାଣାଘାଟ ରେଳ ଷ୍ଟେସନର ଏହି ଭିଡିଓକୁ ବନାଯାଇଥିବାବେଳେ ସେ ଲତା ମଙ୍ଗେସକରଙ୍କର ଏକ ସୁପରହିଟ୍‌ ଗୀତ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଉଥିବା ନଜର ଆସିଥିଲେ। ରାନୁ ମଣ୍ଡଳଙ୍କ ସ୍ୱରରେ ଇମ୍ପ୍ରେସ ହୋଇ ହିମେସ୍‌ ରେସମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର ଦେଇଥିଲେ।

କିନ୍ତୁ ଏହି ସବୁ ଭିତରେ ରାନୁଙ୍କର ବ୍ୟବହାର ଦର୍ଶକଙ୍କୁ ଖୁବ୍‌ ବ୍ୟଥିତ କରିଥିଲା। ଯେଉଁଥିରେ ସେଲଫି ନେବା ପାଇଁ ରାନୁ ମଣ୍ଡଳ ଜଣେ ଫ୍ୟାନଙ୍କୁ ବାରଣ କରିଥିଲେ। କେବଳ ଏତିକି ନୁହେଁ ସେ ସାମ୍ବାଦିକଙ୍କ ପ୍ରଶ୍ନକୁ ଇଗନୋର କରି ଟ୍ରୋଲ ମଧ୍ୟ ହୋଇଥିଲେ।

ନିଶ୍ଚିତ ପଢନ୍ତୁ : ଓଭର ମେକ୍‌ଅପ୍‌ ସହ ଗହଣା ଯୋଗୁ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ, ଲୋକେ କହିଲେ ଏମିତି…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.