Below header

ସ୍ୱାସ୍ଥ୍ୟ ଓ ଆଖି ପାଇଁ ବହୁତ ଲାଭକାରୀ ଏହି ଜୁସ୍‌

ବର୍ଷା ଋତୁରେ ସାମାନ୍ୟ ଅସାବଧାନତା ସ୍ୱାସ୍ଥ୍ୟ ହାନୀର କାରଣ ହୋଇଥାଏ । ଏହି ସମୟରେ ଆମେ ଜାମୁ କୋଳିର ଜୁସ ପିଇବା ଉଚିତ୍‌ । ଏହା ଆପଣଙ୍କୁ କେତେ ପ୍ରକାର ରୋଗରୁ ରକ୍ଷା କରିବା ସହ ଆଖି ପାଇଁ ବହୁତ ଲାଭକାରୀ ହୋଇଥାଏ । ଆଜି ଆସନ୍ତୁ ଜାଣିବା ଜାମୁ ରସର କ’ଣ ରହିଛି ଫାଇଦା ।

ବର୍ଷା ଋତୁରେ ମଶା ଦ୍ୱାରା ହେଉଥିବା ଡେଙ୍ଗୁ, ଚିକନଗୁନିଆ, ମ୍ୟାଲେରିଆ,ସର୍ଦ୍ଦି ଓ କାଶ ଆଦି ରୋଗ ର ଆଶଙ୍କା ଥାଏ । ଯଦି ଆପଣ ଏହି ଋତୁରେ ଜାମୁ କୋଳିର ରସ ପିଇବେ ତେବେ ଏହା ଆପଣଙ୍କୁ ବହୁ ପ୍ରକାର ରୋଗରୁ ରକ୍ଷା କରିବ । ଏହା ଚର୍ମ ଓ ଦାନ୍ତ ସହ ଆଖି ପାଇଁ ବହୁତ ଉପାଦେୟ ହୋଇଥାଏ

jamun
photo credit: styles At life

ଏଥିରେ ଥିବା ପୋଷକ ତତ୍ତ୍ୱ :

ଜାମୁରେ ମ୍ୟାଗ୍ନେସିୟମ, ଆଇରନ୍‌, ଫାଇବର, ଭିଟାମିନ ଏ, ଭିଟାମିନ ବି ଓ ଭିଟାମିନ ସି ଆଦି ମିଳିଥାଏ । ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ ତୁଲ୍ୟ ହୋଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ ଓ ଭିଟାମିନ ସି ରହିଥିବାରୁ ଆପଣ ପ୍ରତିଦିନ ୧ ଗ୍ଲାସ ଜାମୁ ରସ ପିଅନ୍ତୁ । ଏହାଦ୍ୱାରା ଆଖିର ତେଜ ବଢ଼ିବା ସହ ଡାଇବେଟିସ ମଧ୍ୟ କଣ୍ଟ୍ରୋଲ ହେବ ।
ଯଦି ଆପଣ ଜାମୁ ରସ ବନାଇ ପାରୁ ନାହାଁନ୍ତି ତ ଜାମୁ କୋଳି ଖାଇ ପାରିବେ । ଜାମୁ କୋଳି ଖାଇବା ଦ୍ୱାରା ଆପଣଙ୍କୁ ମଧ୍ୟ ଏହି ଫାଇଦା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.