ଆଇସିଏମ୍‌ଆର ଦେଲା ଏମିତି ତଥ୍ୟ, କୋଭିଡ ଟିକାର ଗୋଟିଏ ଡୋଜ ଡେଲଟା ଭାରିଆଣ୍ଟ ଠାରୁ ରକ୍ଷା କରିବାକୁ ଯଥେଷ୍ଟ

ନୂଆଦିଲ୍ଲୀ : ଏବେ ଡେଲ୍‌ଟା ଭାରିଆଣ୍ଟକୁ ନେଇ ସମସ୍ତଙ୍କ ମନରେ ଭୟ । କରୋନାର ୩ୟ ଲହର ଆସବାକୁ ଥିବା ବେଳେ ଲୋକଙ୍କ ମନରେ ଡେଲଟା ଭାରିଆଣ୍ଟକୁ ନେଇ ଭୟର ବାତାବରଣ । ତେବେ ଏଥିପାଇଁ ଭୟଭୀତ ହେବାର ନାହିଁ । କୋଭିଡ ଟିକାର ଗୋଟିଏ ଡୋଜ ନେଇଥିଲେ ବି ହେବେ ନାହିଁ ସଂକ୍ରମିତ । ଏପରି କହିଛନ୍ତି ଆଇସିଏମଆର ର ବିଶେଷଜ୍ଞମାନେ ।

ଏ ସର୍ମ୍ପକରେ ଆଇସିଏମ୍‌ଆର ପକ୍ଷରୁ ହୋଇଥିବା ଅଧ୍ୟୟନ ଏବେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି କେହି କୋଭିଡରୁ ସୁସ୍ଥ ହୋଇଥାନ୍ତି କିମ୍ବା କୋଭିଡ ର ଗୋଟିଏ ବା ଦୁଇଟି ଟିକା ନେଇଛନ୍ତି ସେମାନେ କରୋନା ଡେଲଟା ଭାରିଆଣ୍ଟ ଠାରୁ ସମ୍ପୁର୍ଣ୍ଣ ସୁରକ୍ଷିତ । କାରଣ କରୋନାରୁ ସୁସ୍ଥ ହେବା ପରେ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ ।

ଯାହାକି କରୋନା ଭାଇରସ ସହ ଲଢ଼ିବାକୁ ପୂର୍ଣ୍ଣ ସମର୍ଥ । ତେଣୁ କରୋନାରୁ ସୁସ୍ଥ ହେବା ପରେ ଯଦି ଜଣେ ଟିକା ନିଏ, ତେବେ ତାହାର ରୋଗ ପ୍ରତିରୋଧକ ଶକ୍ତି ବଢି ଯାଇଥାଏ,ଯାହାଦ୍ୱାରା ସେମାନେ ସହଜରେ କରୋନା ଆକ୍ରାନ୍ତ ହୁଅନ୍ତି ନାହିଁ । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ଟିକାର ଗୋଟେ ଡୋଜ ଡେଲଟା ଭାରିଆଣ୍ଟଠାରୁ ରକ୍ଷା କରିବା ପାଇଁ ଯଥେଷ୍ଟ ବୋଲି ଆଇସିଏମଆର ଅଧ୍ୟୟନରୁ ଜଣାପଡିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.