Below header

ଏହି ଦୁଇଟି ରାଶିର ବ୍ୟକ୍ତି ଗୋଡରେ ପିନ୍ଧୁଛନ୍ତି କି କଳା ଫିତା, ହୋଇଯାଆନ୍ତୁ ସତର୍କ

ଗୋଡରେ ବହୁତ ଲୋକେ କଳା ଫିତା ପିନ୍ଧୁଥିବା ଦେଖିବାକୁ ମିଳିଥାଏ । ବିଶ୍ବାସ ରହିଛି କି, କଳା ଫିତା ପିନ୍ଧିବା ଦ୍ବାରା ଖରାପ ନଜରରୁ ରକ୍ଷା ମିଳିଥାଏ । କିନ୍ତୁ ପ୍ରଶ୍ନ ଉଠୁଛି କଣ ସମସ୍ତେ କଳା ଫିତା ପିନ୍ଧିବା ଉଚିତ୍? କଳା ଫିତା କେବଳ ଖରାପ ନଜରୁ ରକ୍ଷା କରିଥାଏ ତାହା ନୁହେଁ, ବରଂ ଏହା ଶନି ଗ୍ରହକୁ ମଧ୍ଯ ମଜବୁତ୍ କରିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶିରୁ ଏମିତି ୨ଟି ରାଶି ଅଛି ଯେଉଁ ମାନେ ପିନ୍ଧିବା ଅନୁକୁଳ ହୋଇନଥାଏ । ଏହି ଦୁଇଟି ରାଶି ମଧ୍ଯରୁ ଗୋଟେ ରାଶି ହେଉଛି ମେଷ ଏବଂ ଦ୍ବିତୀୟଟି ହେଉଛି ବୃଷ ।

ଏହାସହ ପଢନ୍ତୁ:

କଳାଫିତା ପିନ୍ଧିବାର ଏ ହେଉଛି ବୈଜ୍ଞାନିକ ଉଦ୍ଦେଶ୍ୟ , ଏହିଭଳି ଭାବେ ବ୍ୟବହାର କଲେ ହୋଇଯିବେ ମାଲାମାଲ୍

ଏହି ଦୁଇଟି ରାଶିର ଅଧିପତୀ ମଙ୍ଗଳ ଅଟନ୍ତି ଏବଂ ମଙ୍ଗଳଙ୍କୁ କଳା ରଙ୍ଗ ପସନ୍ଦ ଆସିନଥାଏ । ମଙ୍ଗଳଙ୍କୁ ଲାଲ ରଙ୍ଗ ପସନ୍ଦ ଆସିଥାଏ । ମଙ୍ଗଳ ଗ୍ରହର ରଙ୍ଗ ମଧ୍ଯ ଲାଲ୍ । ଏହା ସେନା,ଭୂମୀ,ଯୁଦ୍ଧ ଏବଂ ସୈନ୍ଯ ଶକ୍ତିର କାରକ ଅଟନ୍ତି । ଯଦି ମେଷ ଏବଂ ବୃଷ ରାଶିର ବ୍ଯକ୍ତି କଳା ଫିତା ପିନ୍ଧୁଛନ୍ତି ତେବେ ସେମାନଙ୍କଠାରେ ଅନେକ ସମୟରେ ସମସ୍ଯା ଆସିଥାଏ ଏବଂ ମନ ଅସ୍ଥିର ରହିଥାଏ । ଯାହା ସେମାନଙ୍କ ଜୀବନରେ ଅସଫଳତା ଆଣିବାର ମୁଖ୍ଯ କାରଣ ହୋଇଥାଏ । ଏଥିପାଇଁ ଏହି ରାଶିର ଜାତକକୁ କେବେବି କଳା ଫିତାରେ ବାନ୍ଧି ରଖନ୍ତୁ ନାହିଁ । ଅନ୍ଯପଟେ ତୁଳା,ମକର ଏବଂ କୁମ୍ଭ ରାଶି ଜାତକଙ୍କ ପାଇଁ କଳା ଫିତା ବହୁତ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.