ପିଲାମାନଙ୍କ ମୋଟାପଣ ପାଇଁ ସ୍କୁଲରେ ଆଉ ବିକ୍ରି କରାଯିବ ନାହିଁ ଅଧିକ ଚିନି ଏବଂ ଲୁଣ ଥିବା ଖାଦ୍ୟ

ଛୋଟ ପିଲାମାନଙ୍କର ଓଜନ ବୃଦ୍ଧିକୁ ନେଇ ଅଦିକାଂଶ ସମୟରେ ମାତା-ପିତା ଚିନ୍ତାରେ ରହିଥାନ୍ତି। ଭାରତରେ ଏହାକୁ ବୟସ୍କମାନଙ୍କ ମୋଟାପଣ ତୁଳନାରେ ଅଧିକ କ୍ଷତିକାରକ ବୋଲି ମଧ୍ୟ କୁହାଯାଇଥାଏ। କାରଣ ଛୋଟ ପିଲାଙ୍କ ମଧ୍ୟରେ ଭାରତ, ଚୀନ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଛୋଟପିଲାମାନଙ୍କର ଅତ୍ୟଧିକ ମୋଟାପଣ ଅଧିକ ଚିନି, ଲୁଣ ଏବଂ ତେଲ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ ବୋଲି କୁହାଯାଇଥାଏ। ଏହିକାରଣରୁ ବର୍ତ୍ତମାନ ପିଲାମାନଙ୍କ ସ୍କୁଲରେ ବିକ୍ରି କରାଯାଉଥିବା ଖାଦ୍ୟ ପଦାର୍ଥରେ ମଧ୍ୟ କଠୋର ନିୟନ୍ତ୍ରଣ କରିବାର ପ୍ରସ୍ତୁତି କରାଯାଉଛି।

eat food

ଏହାସହ ପଢନ୍ତୁ: ଓଜନ କମ କରିବା ପାଇଁ ଡାଏଟ୍‌ରେ ସାମିଲ୍‌ କରନ୍ତୁ କଞ୍ଚାଲଙ୍କା

ରିପୋର୍ଟ ଅନୁଯାୟୀ ଏଫଏସଏସଏଆଇ (FSSAI) ର ଟେନ ପଏଣ୍ଟ ଚାର୍ଟରରେ ସ୍କୁଲରେ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥ ବିକ୍ରେତାମାନଙ୍କ ପାଇଁ ଲାଇସେନ୍ସ ନେବା ଅନିବାର୍ଯ କରାଯିବ। ଏହାବ୍ୟତୀତ ସ୍କୁଲ କିମ୍ବା ସ୍କୁଲର ଆଖପାଖ ୫୦ ମିଟର ଦୂରତାରେ ଫାଷ୍ଟଫୁଡ୍‌ ବିକ୍ରି କରିବାରେ ପ୍ରତିବନ୍ଧ ଲାଗିପାରେ। ସମସ୍ତ ସ୍କୁଲରେ ନ୍ୟାସନାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିସନ ଦ୍ୱାରା ଭୋଜନ ପଦାର୍ଥରେ ପ୍ରାଥମିକତା ଦେବା ପାଇଁ କୁହାଯାଇଛି। ସ୍କୁଲରେ ସତେଜ ଫଳ, ଜୁସ୍‌ ଭଳି ପଦାର୍ଥ ବିକ୍ରି କରାଯିବା ପାଇଁ କୁହାଯାଇଛି। ସ୍କୁଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ନ୍ୟୁଟ୍ରିସନ ଏକ୍ସପର୍ଟ କିମ୍ବା ଅଧ୍ୟାପକଙ୍କ ଭୂମିକା ଅନିବାର୍ଯ୍ୟ କରାଯିବ।

Leave A Reply

Your email address will not be published.