ଆସନ୍ତା କାଲି ସ୍ଥାନ ପରିବର୍ତ୍ତନ କରିବେ ଶୁକ୍ର, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ

ଧନ, ଐଶ୍ୱର୍ଯ୍ୟ ଏବଂ ସମସ୍ତ ପ୍ରକାର ଭୈତିକ ସୁଖର କାରକ ଶୁକ୍ର ଆସନ୍ତା କାଲି ୯ ଜାନୁଆରୀରେ ମିତ୍ର ଗ୍ରହ ଶନିଙ୍କ ରାଶିରେ କୁମ୍ଭରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ଗୋଚର ସମୟ ଆସନ୍ତା ୩ ଫେବୃଆରୀ ପର୍ଯ୍ୟନ୍ତ ରହିବ। ଏହାପରେ ଶୁକ୍ର ଉଚ୍ଚ ରାଶି ମୀନରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ଶୁକ୍ରଙ୍କ କୁମ୍ଭ ରାଶିରେ ଗୋଚର ଆପଣଙ୍କ ରାଶି ଉପରେ କି ପ୍ରଭାବ ପଡିବ।

ମେଷ: ଆପଣଙ୍କ ଆୟ ବଢିବ। ଆପଣ ନିଜ ବ୍ୟବସାୟରେ ବୃଦ୍ଧି କରିପାରିବେ। ଯଦି ପୂର୍ବରୁ କୌଣସି ବ୍ୟବସାୟ କରୁଛନ୍ତି ତେବେ ସେହି ବ୍ୟବସାୟରେ କିଛି ନୂଆ କରିପାରନ୍ତି। ମଉଜ-ମସ୍ତିରେ ସମୟ କଟିବ।

ବୃଷ: ଆପଣଙ୍କୁ ନିଜ କାମରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଅଯଥା କତା କୁହନ୍ତୁ ନାହିଁ ନଚେତ ଆପଣଙ୍କ ପାଇଁ ସମସ୍ୟା ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ଆଳସ୍ୟ ତ୍ୟାଗ କରନ୍ତୁ।

ମିଥୁନ: ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଦୀର୍ଘ ଦିନ ଧରି ଯେଉଁ କାମ ଅଟକି ରହିଛି ତାହା ପୁରା ହୋଇଯିବ। ଆର୍ଥିକ ସ୍ତରରେ ଲାଭ ମିଳିବ।

rasiକର୍କଟ: ଅଯଥା ଯାତ୍ରାରେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିପାରେ , ଏହିକାରଣରୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ଜୀବନରେ ସମସ୍ୟା ଦେଖାଯିବ।

ସିଂହ: ଆପଣଙ୍କ ବୈବାହିକ ଜୀବନରେ ଭଲପାଇବା ରହିବ। ଦାମ୍ପତ୍ୟ ଜୀବନରେ ସୁଖ ପାଇ ପାରିବେ। ଏହାବ୍ୟତୀତ ବ୍ୟବସାୟ ବା ବାଣିଜ୍ୟ କ୍ଷେତ୍ରରେ ଲାଭ ପାଇବା ସହ ପ୍ରଗତି ମିଳିବ।

କନ୍ୟା: ଏହି ସମୟ ଆପଣଙ୍କ ପାଇଁ ଦୁର୍ବଳ ରହିପାରେ। ଆର୍ଥିକ ସମସ୍ୟା ଦେଖାଯାଇପାରେ। ଆପଣଙ୍କ ଖର୍ଚ୍ଚ ବଢିପାରେ ଏବଂ ସଫଳତା ପାଇଁ ଅତ୍ୟନ୍ତ ପରିଶ୍ରମ କରିବାକୁ ପଡିବ।

ତୁଳା: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ରହିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିବ।

ବିଛା: ଏହି ସମୟରେ ଆପଣଙ୍କ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ ଜୀବନ ଭଲ ରହିବ।

horoscopeSଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି କଥାରେ ସାନ ଭାଇ-ଭଉଣୀ ଆପଣଙ୍କ ପକ୍ଷ ନେଇପାରନ୍ତି।

ମକର: ଆପଣଙ୍କ ସମ୍ବାଦ ଶୈଳୀ ବିକସିତ ହେବ। ପରିବାରରେ ସୁଖ-ସମୃଦ୍ଧି ଦେଖାଯିବ।

କୁମ୍ଭ: ଏହି ଗୋଚର ଆପଣଙ୍କ ପାଇଁ ସକରାତ୍ମକ ପରିବର୍ତ୍ତନ ନେଇ ଆସିବ। ଏହି ସମୟରେ ଆପଣ ମାନସିକ ରୂପେ ପ୍ରସନ୍ନ ରହିବେ। ଆପଣଙ୍କ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିପାରେ।

ମୀନ: ଏହି ସମୟରେ ଆପଣଙ୍କ ଖର୍ଚ୍ଚରେ ହଠାତ୍‌ ବୃଦ୍ଧି ହେବ। ଆପଣଙ୍କ ସୁ୍‌ଖ-ସମୃଦ୍ଧି ବ୍ୟତିତ କିଛି ଅଯଥା କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ। ଶାଶୁ ଘର ଲୋକମାନଙ୍କ ପଛରେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିପାରେ।

Leave A Reply

Your email address will not be published.