Below header

ବିୟରକୁ ନ ପିଇ ମୁହଁରେ ଏମିତି କରନ୍ତୁ ବ୍ୟବହାର, ଖରାଦିନରେ ବି ଚମକିବ ତ୍ୱଚା

ଅନେକ ଲୋକ ଖରାଦିନେ ଥଣ୍ଡା ଥଣ୍ଡା ବିୟର ପିଇବାକୁ ପସନ୍ଦ କରିଥାନ୍ତି। ବିୟର ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ହୋଇଥାଏ। କିନ୍ତୁ ତ୍ୱଚା ପାଇଁ ଏହା ରାମବାଣ ସଦୃଶ୍ୟ ହୋଇଥାଏ। ଖରାଦିନେ ଗରମ ଯୋଗୁ ଝାଳ ବାହାରିଥାଏ ଫଳରେ ତ୍ୱଚା ଚମକ ହରାଇଥାଏ। ଏଭଳି ସ୍ଥିତିରେ ପୁଣିଥରେ ମୁଲାୟମ ତ୍ୱଚା ପାଇବା ପାଇଁ ଆପଣ ବିୟର ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ବିୟର ଫେସ୍‌ପ୍ୟାକ୍‌ ତିଆରି କରିବା ପ୍ରଣାଳୀ ଓ ଏହାର ଲାଭ ସମ୍ପର୍କରେ…

ସାମଗ୍ରୀ:

ବିୟର- ୧ ଚାମଚ
ଦହି- ୧ ଚାମଚ
ଅଲିଭ ଅଏଲ- ୧ ଚାମଚ
ଅଣ୍ଡାର ଧଳା ଅଂଶ

Beer Face Mask

ପ୍ରସ୍ତୁତି ପ୍ରଣାଳୀ:

ବିୟର, ଦହି, ଅଲିଭ ଅଏଲକୁ ଏକ ପାତ୍ରରେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଣ୍ଡାର ଧଳା ଅଂଶକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ୧୫ ମିନିଟ୍‌ ପାଇଁ ଶୁଖିବାକୁ ଛାଡ଼ି ଦିଅନ୍ତୁ। ପରେ ମୁହଁକୁ ଥଣ୍ଡା ପାଣିରେ ପରିଷ୍କାର କରି ଧୋଇ ଦିଅନ୍ତୁ। ବିୟର ଫେସ୍‌ପ୍ୟାକ୍‌ ଲଗାଇବା ଦ୍ୱାରା ସ୍କିନ୍‌ ଟୋନ୍‌ କମ୍‌ ହୋଇଥାଏ ଓ ତ୍ୱଚାରେ ଚମକ ଆସେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.