ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର, ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ସମ୍ପର୍କରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର । SCB ମେଡିକାଲରୁ ଗ୍ୟାଙ୍ଗଷ୍ଟର୍‌ ହାଇଦର ଫେରାର ଘଟଣାରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରୁଛନ୍ତି ପୋଲିସ ଡିଜି ଅଭୟ । ଖୁବଶୀଘ୍ର ହାଇଦର ଧରାପଡିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ADG ଯଶଓ୍ଵନ୍ତ ସିଂ ଜେଠଓ୍ଵା। ସବୁ ଜିଲ୍ଲା SP,STF ୟୁନିଟ୍‌  ଓ DCPଙ୍କୁ ଆଲର୍ଟ କରାଯାଇଛି। ରୋଡ୍‌ ରୁଟ୍‌ ଓ ରେଳ ଷ୍ଟେସନ ଉପରେ ନଜର ରଖାଯାଇଛି।

୬ଟି ସ୍ୱତନ୍ତ୍ର ଟିମ୍‌ ତନାଘନା ଜାରି ରଖିଛନ୍ତି । ହାଇଦର ଯେଉଁଠି ଥିବ ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ADG। ବିମାନବନ୍ଦର, ଷ୍ଟେସନ ଓ ବସ୍‌ଷ୍ଟାଣ୍ଟରେ ଜାରି ରହିଛି ତଲାସି । ହାଇଦରର ବର୍ତ୍ତମାନ ଫଟୋକୁ ପଡୋଶୀ ରାଜ୍ୟକୁ ସର୍କୁଲେଟ କରାଯାଇଛି । ୫ ଜିଲ୍ଲା ଏସ୍‌ପିଙ୍କୁ ଆଲର୍ଟ କରାଯିବା ସହ ଅନ୍ୟ ରାଜ୍ୟ ପୋଲିସ ସହ ଯୋଗାଯୋଗ କରାଯାଉଛି । ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ହାଇଦରକୁ ଧରିବା ପାଇଁ ଉତ୍ତରାଞ୍ଚଳ ରେଞ୍ଜର ସମସ୍ତ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ ।

ଏସସିିବିରେ ଥିବା ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସିସିଟିଭିକୁ ଅନୁଧ୍ୟାନ କରୁଛି ପୋଲିସ । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏସ୍‌ପିଙ୍କୁ ଆଲର୍ଟ କରାଯାଇଛି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସ୍‌ପିଙ୍କୁ ମଧ୍ୟ ସଜାଗ କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.