Below header

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌, ଗତ ୨୪ ଘଣ୍ଟାରେ ଦେଢ ଲକ୍ଷ ଚିହ୍ନଟ

ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗୁଛି କରୋନା । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଜାରି ରହିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଆଜି ୧ଲକ୍ଷ ୫୨ହଜାର ୮୭୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୮୩୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ସାରାଦେଶରେ ୧୧ ଲକ୍ଷ ୦୮ ହଜାର ୮୭ ଆକ୍ଟିଭ୍ କେସ୍ ରହିଛି ।

ଏପର୍ଯ୍ୟନ୍ତ ସାରାଦେଶରେ ୧ ଲକ୍ଷ ୬୯ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧କୋଟି ୩୩ଲକ୍ଷ ୫୮ହଜାର ୮୦୫। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧୦୮୦୮୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.