Below header

ମାତ୍ର ଅଧା ଘଣ୍ଟାରେ ଆଜି ସରସ୍ୱତୀ ପୂଜାରେ ଭୋଗରେ ବନାନ୍ତୁ କ୍ଷୀରି

ଆଜି ମା ସରସ୍ୱତୀଙ୍କ ବସନ୍ତ ପଞ୍ଚମୀର ପବିତ୍ର ପର୍ବ। ଆଜି ଘରେ କିମ୍ବା ପୂଜା ହେଉଥିବା ସ୍ଥାନରେ ସ୍ପେଶାଲ ରେସିପି ପ୍ରସ୍ତୁତ କରାଯାଏ। ତେଣୁ ଆଜି ଆମେ ଆପଣଙ୍କୁ ଚାଉଳ କ୍ଷୀରି ରେସିପି ଜଣାଇବୁ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫ କପ୍‌ – କ୍ଷୀର
  • ୧/୪ କପ୍‌ ଚାଉଳ
  • ୧/୨ କପ୍‌ ଚିନି
  • ୧୦ ରୁ ୧୫ଟି କିସମିସ୍‌
  • ୪ଟି ଅଳେଇଚ
  • ୧୦ ରୁ ୧୨ଟି ବାଦାମ୍‌

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ପ୍ୟାନରେ ଚାଉଳ ଏବଂ କ୍ଷୀରକୁ ଫୁଟାଇ ଦିଅନ୍ତୁ।
  • ଏହାକୁ ଧୀମା ଆଞ୍ଚରେ ସେତେ ପର୍ଯ୍ୟନ୍ତ ଚଲାନ୍ତୁ, ଯେତେ ଯାଏଁ ଏହା ଗାଢ଼ା ନହୋଇଛି।
  • ଏହାପରେ ଏଥୀରେ ଅଳେଇଚ ପାଉଡର, ଚିନି ଏବଂ କିସମିସ୍‌ ମିଶାନ୍ତୁ।
  • ଏହାକୁ ଲଗାତର ସେତେ ପର୍ଯ୍ୟନ୍ତ ଚଲାନ୍ତୁ, ଯେତେ ପର୍ଯ୍ୟନ୍ତ ଚିନି ସମ୍ପୂର୍ଣ୍ଣ ଭାବେ ମିଶି ନ ଯାଇଛି।
  • ଗାର୍ନିସିଙ୍ଗ୍‌ ପାଇଁ ବାଦାମ୍‌ ଏବଂ ପିସ୍ତାକୁ ବ୍ୟବହାର କରନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚାଉଳ କ୍ଷୀରି। ଏହାକୁ ଆପଣ ଭୋଗ ରୂପରେ ବି ବ୍ୟବହାର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.