ଟ୍ଵିଟର ବିବାଦ ଭିତରେ ଏବେ Koo ଆପ୍‌କୁ ସମ୍ପର୍କର ମୁଖ୍ୟ ମାଧ୍ୟମ କରିବାକୁ ସରକାର ପ୍ରସ୍ତୁତ ! ଦେଇପାରନ୍ତି ଜରୁରୀ ଅପ୍‌ଡେଟ୍ସ

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ଵିଟର’ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ସୂଚନା ମିଳିଛି କି, ସରକାର ଖୁବ୍‌ଶୀଘ୍ର ‘କୁ ଆପ୍‌’କୁ ସମ୍ପର୍କର ମୁଖ୍ୟ ମାଧ୍ୟମ କରିପାରନ୍ତି। ଜରୁରୀ ଅପ୍‌ଡେଟ୍ସ, ସୂଚନା ଆଦିକୁ ସରକାର ୧-୩ ଘଣ୍ଟା ପୂର୍ବରୁ ‘କୁ’ରେ ଦେବେ। ଯଦିଓ ଟ୍ଵିଟର୍‌ରେ ମଧ୍ୟ ଏହା ପରେ ସୂଚନା ପୋଷ୍ଟ କରାଯିବ। ଟ୍ଵିଟର ଏବଂ ସରକାରଙ୍କ ମଧ୍ୟରେ କୃଷକ ଆନ୍ଦୋଳନ ମାମଲା ସହ ଜଡ଼ିତ ଆକାଉଣ୍ଟସ୍‌କୁ ନେଇ ବିବାଦ ଚାଲିଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ସରକାର ସୂଚନା ଦେବା ପାଇଁ ମୁଖ୍ୟତଃ ‘କୁ’କୁ ବ୍ୟବହାର କରିପାରନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ, ରେଲେଓ୍ଵ ମନ୍ତ୍ରାଳୟ ସମେତ କେତେକ ସରକାରୀ ବିଭାଗ ‘କୁ’ ଉପରେ ସେମାନଙ୍କ ଉପସ୍ଥିତିକୁ ରେଜିଷ୍ଟର୍ଡ କରାଇ ଦେଇଛନ୍ତି।

କୃଷକ ଆନ୍ଦୋଳନକୁ ନେଇ ଭୁଲ ତଥ୍ୟ ବ୍ୟାପ୍ତି କରୁଥିବା ଆକାଉଣ୍ଟସ୍‌ ଏବଂ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଟ୍ଵିଟର ନିକଟରେ ଦାବି କରିଥିଲେ। ସରକାରଙ୍କ କହିବା ଅନୁସାରେ, ଭୁଲ ତଥ୍ୟ ଦେଉଥିବା ଅଧିକାଂଶ ଆକାଉଣ୍ଟର ପାକିସ୍ତାନ ସହ ସମ୍ବନ୍ଧ ରହିଛି ଏବଂ ଏହାର ସଞ୍ଚାଳନ ପୃଥକତାବାଦୀ ଶିଖ ଆନ୍ଦୋଳନ କରୁଛି। ଖବର ରହିଥିଲା କି, ଟ୍ଵିଟର ଏହି ମାମଲାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.