କଙ୍ଗନା କହିଲେ ନିଜ ସଂଘର୍ଷର କଥା : ୧୬ ବର୍ଷ ବୟସରେ ଅଣ୍ଡରଓ୍ଵାର୍ଲ୍ଡ ମାଫିଆଙ୍କ କବ୍‌ଜାରେ ପଡ଼ିଗଲି,କେହି ଦେଇ ନ ଥିଲେ ସାଥି

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ସୋସିଆଲ୍‌ ମିଡ଼ିଆରେ ସର୍ବଦା ସକ୍ରିୟ ଥାଆନ୍ତି । କଙ୍ଗନା କିଛି ନା କିଛି ବିଷୟ ଉପରେ ନିଜର ରାୟ ଦେଇଥାନ୍ତି । ଯେଉଁଥିପାଇଁ ଏହି ଅଭିନେତ୍ରୀଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଇଥାଏ । ଏବେ ଏହି ଅଭିନେତ୍ରୀ ଟ୍ଵିଟ୍‌ କରି ନିଜ ଷ୍ଟ୍ରଗଲ ବିଷୟରେ କହିଛନ୍ତି ଏମିତି ।

kangana bollywoodtadaka.in
photo credit: bolywoodtadka.in

କଙ୍ଗନା ଟ୍ଵିଟ୍‌ କରି କହିଛନ୍ତି -‘ ମୁଁ ୧୫ ବର୍ଷ ବୟସରେ ଘର ଛାଡି ଦେଇଥିଲି । ମୋ ପିତା ମଧ୍ୟ ମୋ ସଂଘର୍ଷରେ ସାଙ୍ଗ ଦେଇ ନଥିଲେ । ମୁଁ ନଜେ ନିଜ ଉପରେ ନିର୍ଭର କରୁଥିଲି । ଯେତେବେଳେ ମୋତେ ୧୬ ବର୍ଷ ବୟସ ସେତେବେଳେ ମୁଁ ଅଣ୍ଡରଓ୍ଵାର୍ଲ୍ଡ ମାଫିଆଙ୍କ କବଳରେ ପଡ଼ିଗଲି । ମୋତେ ୨୧ ବର୍ଷ ବୟସ ହେଲାବେଳକୁ ମୁଁ ମୋର ରାସ୍ତାରେ ଥିବା ସବୁ ଶତ୍ରୁଙ୍କ ହଟାଇ ନେସ୍‌ନାଲ୍‌ ଆଓ୍ଵାର୍ଡ ଜିତିବା ସହ ମୁମ୍ବାଇ ବାନ୍ଦ୍ରାରେ ନିଜ ନାମରେ ଏକ ଫ୍ଲାଟ କିଣିବାକୁ ସମର୍ଥ ହେଲି । କଙ୍ଗନାଙ୍କ ଏହି ସଂଘର୍ଷର କାହାଣୀକୁ ୟୁଜର୍ସ ଖୁବ୍‌ ପସନ୍ଦ କରୁଛନ୍ତି ।

KANGANA
photo credit: bolywoodtadka.in

କଙ୍ଗନା ଏବେ ଫିଲ୍ମ ‘ଧାକଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ କଙ୍ଗନା ଏକ ସିକ୍ରେଟ୍‌ ସର୍ଭିସ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି । ଏହାଛଡ଼ା କଙ୍ଗନାଙ୍କ ଫିଲ୍ମ ‘ତେଜସ୍‌’ ର ସୁଟିଂ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ କଙ୍ଗନା ବାୟୁସେନାର ଜଣେ ପାଇଲଟ ଭୂମିକାରେ ନଜର ଆସିବେ । ଖୁବ୍‌ ଶୀଘ୍ର କଙ୍ଗନା ଫିଲ୍ମ ‘ଥଲାଇବୀ’ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.