Below header

ରାତିରେ ନିଦ ଆସୁ ନାହିଁ ଯଦି ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ତୁରନ୍ତ ପାଇବେ ଏଥିରୁ ମୁକ୍ତି

ଟେନସନ ଜୀବନରେ ଆଜିକାଲି ନିଦ ନ ଆସିବା ଏକ ସାଧାରଣ କଥା | ଅଧିକାଂଶ ଲୋକେ ବେଡ଼ରେ ପଡି ପଡି ରାତି କଟାଇ ଦେଉଥିଲେ ମଧ୍ୟ ନିଦ ଆସିବା କଷ୍ଟକର ହୋଇ ପଡିଥାଏ | ଠିକ ନିଦ ନହେବା ଯୋଗୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଓ ଅସୁବିଧା ସୃଷ୍ଟି ହୋଇଥାଏ | ଅନେକ ସମୟରେ ନିଦ ନହେବା କେବଳ ଦୁଶ୍ଚିନ୍ତା କାରଣରୁ ନୁହେ ଏଥିପାଇଁ ବାସ୍ତୁ ଦୋଷ ଦାୟୀ ବୋଲି ମଧ୍ୟ କୁହାଯାଇଛି |

ବାସ୍ତୁ ଶାସ୍ତ୍ର ଅନୁଯାଇ ବାସ୍ତୁ ଦୋଷ କାରଣରୁ ମଧ୍ୟ ପରିବାର ଲୋକଙ୍କୁ ନିଦ ଆସିଁଥାଏ | ବାସ୍ତୁ ଶାସ୍ତ୍ରରେ ଭଲ ନିଦ ପାଇଁ କେତେକ ଉପାୟ ଦିଆଯାଇଛି, ଯାହାକୁ ଆପଣାଇ ଆପଣ ଏଥିରୁ ମୁକ୍ତି ପାଇପାରିବେ | ଆସନ୍ତୁ ଜାଣିବା କଣ ସେହି ଉପାୟ |

ଏହି ଜିନିଷକୁ ବେଡ଼ ରୁମରେ ରଖନ୍ତୁ ନାହିଁ :

  ବେଡ଼ ରୁମରେ ଆଇନା ଲଗାନ୍ତୁ ନାହିଁ | ବାସ୍ତୁ ଶାସ୍ତ୍ର ଅନୁଯାଇ ବେଡ଼ରୁମରେ ଆଇନା ଲଗାଇଲେ ନିଦରେ ବାଧା ଆସିଥାଏ |

  ବେଡ଼ରୁମରେ କେବେ ବି ଝାଡୁ ରଖନ୍ତୁ ନାହିଁ |

–  ବେଡ଼ରୁମରେ ବୈଦୁତିକ ଜିନିଷ ରଖନ୍ତୁ ନାହିଁ | ଏହା ନିଦ ଆଣିବାରେ ବାଧା ସୃଷ୍ଟି କରିଥାଏ |

–  ବେଡ଼ର ଦିଗ ଠିକ ନରହିଲେ ମଧ୍ୟ ନିଦ ଆସିନଥାଏ | ବାସ୍ତୁ ଶାସ୍ତ୍ର ଅନୁଯାଇ ବେଡ଼ ଉତ୍ତର-ପୂର୍ବ ଦିଗରେ ନରହିବା କଥା | ଏମିତି ହେଲେ ନିଦ     ଆଣିବାରେ ବାଧା ସୃଷ୍ଟି କରିଥାଏ |

–  ବେଡ଼ ଉପରେ ବସି କେବେ ବି ଖାଆନ୍ତୁ ନାହିଁ | ଘରେ ଏକାଠି ବସି କରି ଖାଆନ୍ତୁ, ମନ ଶାନ୍ତି ହୋଇଥାଏ | ଫଳରେ ନିଦ ଠିକ ଆସିଥାଏ |

–  ଘରେ ଯଦି ବାରମ୍ବାର ନିଦ ଭାଙ୍ଗୁଥାଏ, ତେବେ ଦେଶୀ ଘିଅର ଦୀପ ଜଳାନ୍ତୁ | ଏମିତି କଲେ ନିଦ ଠିକ ଆସିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.