ଆଖି ଫଡକିବା ପଛରେ ଥାଏ ଏହି କାରଣ, ଜାଣନ୍ତୁ କେମିତି ବନ୍ଦ କରିବେ ଏହାକୁ

ଆଖି ଫଡକିବାକୁ ଆମେ ଭଲ ଓ ଖରାପ ଉଭୟ ଭାବିଥାଉ | ହେଲେ ଏହା ପଛରେ କଣ କାରଣ ଥାଏ ଆସନ୍ତୁ ଜାଣିବା | ସାଧାରଣତଃ ଆଖି ଫଡକିବା ନର୍ମାଲ ହୋଇଥାଏ | କିଛି ସେକଣ୍ଡ ଭିତରେ ଏହା ଆପେ ଆପେ ନର୍ମାଲ ହୋଇଯାଇଥାଏ | ଯଦି ଏହା ଦୀର୍ଘ ସମୟ ରହେ କିମ୍ବା ବଢେ ତାହେଲେ ଏହା କୌଣସି ରୋଗ ହୋଇପାରେ | ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ |

କାହିଁକି ଫଡକିଥାଏ ଆଖି :

କେବେ ଆଖିର ଏକ ମସଲ ବା ମାଂସପେଶୀ ଯାହା ଆଖିକୁ ବନ୍ଦ ଓ ଖୋଲିବାରେ କାମ କରିଥାଏ, କୌଣସି କାରଣରୁ ଏହା ତାର ରୁଟିନ କାମ କରିନଥାଏ | ବେଳେବେଳେ ଏହା କଣ୍ଟ୍ରୋଲ ହୋଇନଥାଏ ଫଳରେ ବାର ବାର ବନ୍ଦ ଓ ଖୋଲିବାରେ ଲାଗି ପଡିଥାଏ | ଯାହାକୁ ଆମେ ଆଖି ଫଡକିବା କହିଥାଉ | ଯେପରି ଶରୀରର ଅନ୍ୟ ମସଲ ସହିତ ହୋଇଥାଏ | ଆଖି ସହିତ ମଧ୍ୟ ଏପରି ହୋଇଥାଏ |

ଏହି କାରଣରୁ ଫଡକିଥାଏ ଆଖି :

ଷ୍ଟ୍ରେସ

କମ ଶୋଇବା

ଅଧିକ କଫି ଓ ଚା’ ସେବନ

ନୁରୋଲୋଜି ସମାସ୍ୟା

ଆଖିରେ ସଂକ୍ରମଣ ହେବ

ଏମିତି ରୋକନ୍ତୁ ଆଖି ଫଡକିବାକୁ :

ଠିକ ଭାବେ ଶୋଇବା ଅଭ୍ୟାସ କରନ୍ତୁ ଓ ଅଧିକ କଫି ଓ ଚା’ ସେବନରୁ ବିରତ ରୁହନ୍ତୁ | କାରଣ ଏଥିରେ ଥିବା କାଫିନ ଶରୀରରେ ଖରାପ ପ୍ରଭାବ ପକାଇଥାଏ | କାଫିନ ଆଖି ଫଡକିବାକୁ ବଢ଼ାଇ ଦେଇଥାଏ | ତେଣୁ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.