Below header

ସାଧାରଣ ହଳଦୀ ନୁହେଁ ତ୍ୱଚାର ଚମକ ପାଇଁ ଏବେ ବ୍ୟବହାର କରନ୍ତୁ କସ୍ତୁରୀ ହଳଦୀ, ଚୁଟକିରେ ଦୂର ହେବ କଳାଦାଗ

ସୁନ୍ଦରତା ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ହଳଦୀ ହେଉଛି କସ୍ତୁରୀ ହଳଦୀ। ପ୍ରାଚୀନ ଆୟୁର୍ବେଦରେ ଏହାର ବହୁଳ ବ୍ୟବହାର କରାଯାଉଥିଲା। ଖାଦ୍ୟ ତିଆରିରେ ବ୍ୟବହାର କରାଯାଉଥିବା ହଳଦୀ ଓ କସ୍ତୁରୀ ହଳଦୀ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। କସ୍ତୁରୀ ହଳଦୀ କଞ୍ଚା ହଳଦୀ ଭଳି ଦିଶେ କିନ୍ତୁ ଏହାର ବାହାର ଆବରଣ ଅଦା ଭଳି ହୋଇଥାଏ ଓ ଭିତର ହାଲ୍‌କା କିମ୍ବା ଗାଢ଼ ହଳଦିଆ ହୋଇଥାଏ। କସ୍ତୁରୀ ହଳଦୀ ବ୍ୟବହାର କଲେ ମୁହଁରେ କୌଣସି ବ୍ରଣ ଦାଗ କିମ୍ବା କଳା ଦାଗ ରହେ ନାହିଁ। ତେବେ ଆସନ୍ତୁ ଜାଣିବା ଆଉ କେଉଁ କେଉଁ ସମସ୍ୟାକୁ ଦୂର କରେ କସ୍ତୁରୀ ହଳଦୀ…

haldi

 

  • ଷ୍ଟ୍ରେଚ୍‌ ମାର୍କ ଦାଗ ଦୂର କରିବା ପାଇଁ ଆପଣ ଶଙ୍ଖ ପାଉଡରରେ ହଳଦୀ ଓ ଦହି ମିଶାଇ ଲଗାନ୍ତୁ। ଶୁଖିବା ପରେ ଧୋଇ ଦିଅନ୍ତୁ।
  • ପିଗ୍‌ମେଣ୍ଟ ଦୂର କରିବା ପାଇଁ ଏକ ଚାମଚ କସ୍ତୁରୀ ହଳଦୀରେ ଅଳ୍ପ କ୍ଷୀର ମିଶାଇ ମୁହଁରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ନିୟମିତ ଏହି ପ୍ୟାକ୍‌ ଲଗାଇଲେ ତ୍ୱଚା ଭିତରୁ ସଫା ହୋଇଯିବ।
  • ବ୍ରଣ ଓ ଦାଗ ଦୂର କରିବାକୁ ନିମ ପାଉଡରରେ ମହୁ ଓ ଅଳ୍ପ କସ୍ତୁରୀ ହଳଦୀ ମିଶାଇ ଲଗାନ୍ତୁ। ଅଳ୍ପ ଦିନରେ ଦାଗ ଦୂର ହୋଇଯିବ।
  • ଡାର୍କ ସର୍କଲ ଦୂର କରିବା ପାଇଁ କାକୁଡ଼ି ରସରେ କସ୍ତୁରୀ ହଳଦୀ ମିଶାଇ ଲଗାନ୍ତୁ। କଳା ଦାଗ ଦୂର ହେବ।
  • ବଡି ଟାନ୍‌ ହଟାଇବା ପାଇଁ ମଧ୍ୟ ଆପଣ କସ୍ତୁରୀ ହଳଦୀରେ ମୁଲତାନି ମାଟି ମିଶାଇ ବ୍ୟବହାର କରିପାରିବେ।
  • ତୈଳାକ୍ତ ତ୍ୱଚା ସମସ୍ୟା ଦୂର କରିବାକୁ ୧ ଚାମଚ ଚନ୍ଦନ ପାଉଡର, ୧ ଚାମଚ ଲେମ୍ବୁ ରସରେ ୧ ଚାମଚ କସ୍ତୁରୀ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ତୈଳ ଅଂଶ ଚାଲିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.