Below header

ଶୀତରୁ ରକ୍ଷା ପାଇବା ପାଇଁ ରୁହନ୍ତୁ ସତର୍କ, ଦିଅନ୍ତୁ ଏହି ବିଶେଷ ଦିଗ ପ୍ରତି ଧ୍ୟାନ

ଡେରିରେ ହେଉ ପଛେ ଚଳିତ ବର୍ଷ ଶୀତର ପ୍ରଭାବ ବେଶ୍ ଅଧିକ ରହିଛି । ଛୁଆଠୁ ବୁଢା ସମସ୍ତେ ପ୍ରବଳ ଶୀତ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ସକାଳ ୯ଟା ପୂର୍ବରୁ କୁଡିରର ପ୍ରକୋପ ଛାଡୁନାହିଁ । ତେଣୁ ଦୈନନ୍ଦିନ ଜୀବନରେ ବାଧା ଉପୁଯୁଛି । ଏନେଇ ଲୋକେ ଦିନ ହେଉ ଅବା ରାତି ଶୀତ ବସ୍ତ୍ର ପିନ୍ଧି ବାହାରକୁ ବାହାରୁଛନ୍ତି ।

winterତେବେ ଶୀତ ଦିନେ ବିଭିନ୍ନ ପ୍ରକାରର ଦିଗ ପ୍ରତି ଧ୍ଯାନ ଦେବା ନିହାତୀ ଆବଶ୍ଯକ । ଆସନ୍ତୁ ଜାଣିବା କେଉଁ କେଉଁ ସତର୍କତା ଅବଲମ୍ବନ କରିବେ ଖାସ୍ କରି ଶୀତ ଦିନେ ।

ଶୀତ ସତର୍କତା

– ପ୍ରବଳ ଶୀତ ହେଉଥିବା ସମୟରେ ଯଥା ସମ୍ଭବ ଘର ଭିତରେ ରୁହନ୍ତୁ

– ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

– ଗରମ ଖାଦ୍ୟ ଖାଆନ୍ତୁ ଓ ଉଷୁମ ପାଣି ପିଅନ୍ତୁ

– ଅତ୍ୟଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ

– ଗୃହ ପାଳିତ ପଶୁ ପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ

clothes

– ଯିବା ଆସିବା କରିବା ସମୟରେ ଶୀତ ବସ୍ତ୍ର ଓ ଜୋତା ମୋଜା ବ୍ୟବହାର କରନ୍ତୁ

– ଶୀତରୁ ରକ୍ଷା ପାଇବା ପାଇଁ ରୁମ୍ ହିଟର, ପାଣି ଗରମ ପାଇଁ ହିଟର ବ୍ୟବହାର କରୁଥିଲେ ସତର୍କ ରୁହନ୍ତୁ

– ରୋଷେଇ ସମୟରେ ଏବଂ ନିଆଁ ପୋଇଁବା ସମୟରେ ଚାଦର କିମ୍ବା ଅନ୍ୟ ଶୀତବସ୍ତ୍ର ଘୋଡେଇ ହୋଇଥିଲେ ସତର୍କ ରୁହନ୍ତୁ

– ନିଆଁ ପୋଇଁବା ବେଳେ ଛୋଟ ପିଲାଙ୍କ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ

– ଶୀତ ଯୋଗୁ ଅସୁସ୍ଥ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.