ଡୋପ ଟେଷ୍ଟରେ ଫେଲ୍‌ ହେବା ପରେ ବର୍ଷେ ପାଇଁ ନିଲମ୍ବିତ ହେଲେ ବକ୍ସର ସୁମିତ ସାଂଗଓ୍ଵାନ

ପୂର୍ବ ଏସିଆନ୍‌ ଗେମ୍‌ରେ ରଜତ ପଦକ ବିଜେତା ବକ୍ସର ସୁମିତ ସାଂଗଓ୍ଵାନ ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ତାଙ୍କୁ ରାଷ୍ଟ୍ରିୟ ଡୋପିଂଗ ନିରୋଧକ ଏଜେନ୍ସି (ନାଡା) ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଲଣ୍ଡନ ଅଲମ୍ପିକ ୨୦୧୨ରେ ଭାଗ ନେଇଥିବା ସାଂଗଓ୍ଵାନ ପୂର୍ବରୁ ୯୧ କିଲୋବର୍ଗରେ ଖେଳୁଥିଲେ।

Sumit-Sangwanସୂଚନା ମୁତାବକ ନାଡାର ଡିଜି ନବୀନ ଅଗ୍ରଓ୍ଵାଲ ଟ୍ଵିଟ୍‌ ଜରି, ‘ପ୍ରତିବନ୍ଧିତ ପଦାର୍ଥର ସେବନର ଦୋଷୀ ସୁମିତ ସାଂଗଓ୍ଵାନଙ୍କ ଉପରେ ତୁରନ୍ତ ପ୍ରଭାବରୁ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି।’ ସାଂଗଓ୍ଵାନଙ୍କ ନମୁନା ଗତ ୧୦ ଅକ୍ଟୋବରରେ ନିଆଯାଇଥିଲା ଯେଉଁଥିରେ ଡାୟୁରେଟିକ୍ସ ଏବଂ ‘ମାସ୍କିଂଗ ଏଜେଣ୍ଟ’ର ଅଂଶ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.