Below header

ନିଜ ପିଲାର ଭବିଷ୍ୟକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏଭଳି ନିଅନ୍ତୁ ଯତ୍ନ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ସବୁବେଳେ ଚିନ୍ତାରେ ରହିଥାନ୍ତି। ନିଜ ପିଲାକୁ ଉଚିତ ଶିକ୍ଷା ଦେବା ସହ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ ହାତଛଡ଼ା କରି ନ ଥାନ୍ତି। ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ମା’ବାପା ସବୁଠାରୁ ଅଧିକ ଯତ୍ନବାନ ହୋଇଥାନ୍ତି। ସେମାନଙ୍କୁ ମାନସିକ ସ୍ତରରେ ସକ୍ଷମ ଏବଂ ଜ୍ଞାନୀ କରିବା ପାଇଁ ପ୍ରଥମରୁ ଚିନ୍ତା କରିବା ସହ ଉଚିତ୍ ପଦକ୍ଷେପ ନେବା ଆବଶ୍ୟକ। କାରଣ ଏହି ସମୟରେ ପିଲାର ମସ୍ତିଷ୍କ ବିକଶିତ ହୋଇଥାଏ।

ଶିଶୁ ସହ ବିଭିନ୍ନ ଭାଷାରେ କଥା ହୁଅନ୍ତୁ :

ଶିଶୁ ବା ଛୋଟ ପିଲାକୁ ଶିକ୍ଷିତ କରିବା ପାଇଁ ସେମାନଙ୍କ ସହ କଥାବର୍ତ୍ତା ହେବା ଆବଶ୍ୟକ। ଶିଶୁ ସହ କଥା ହେବା ଦ୍ୱାରା ସମ୍ପର୍କ ଶକ୍ତ ହେବା ସାଙ୍ଗକୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ଇଂଲିଶ, ହିନ୍ଦୀ ତଥା ନିଜ ଭାଷାରେ କଥା ହୁଅନ୍ତୁ।

5

ଘରେ ସକାରାତ୍ମକ ପରିବେଶ ସୃଷ୍ଟି କରାନ୍ତୁ:

ଶିଶୁ ପାଇଁ ଘରେ ଏକ ସୁନ୍ଦର ଏବଂ ସକାରାତ୍ମକ ପରିବେଶ ସୃଷ୍ଟି ହେବା ଆବଶ୍ୟକ। ଯାହାଫଳରେ ଶିଶୁର ଚିନ୍ତାଧାରା ମଧ୍ୟ ସକାରାତ୍ମକ ହେବ। ସେମାନଙ୍କ ଚିନ୍ତାଧାରା ଉପରେ କୌଣସି ଖରାପ ପ୍ରଭାବ ନ ପେଡ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ବୟସ ଅନୁସାରେ ଖେଳଣା ଚୟନ:

8

ଛୋଟ ପିଲା ସବୁବେଳେ ଖେଳଣା ପାଇଁ ଜିଦ୍‌ କରିଥାନ୍ତି। ତେଣୁ ଶିଶୁ ପାଇଁ ଖେଳଣା କିଣୁଥିଲେ ସେମାନଙ୍କ ବୟସ ଅନୁସାରେ ତାହା ଚୟନ କରନ୍ତୁ। କାରଣ ଖେଳଣାର ପ୍ରଭାବ ଶିଶୁର ମାନସିକ ବିକାଶ ଉପରେ ପ୍ରଭାବ ପଡ଼ିଥାଏ।

ଘରେ ପାଠ ପଢ଼ାନ୍ତୁ:

ଶିଶୁ ସ୍କୁଲ ଗଲେ ପାଢ଼ ପଢ଼ିବ, ଏପରି ମାନସିକତା ଆଦୌ ରଖନ୍ତୁ ନାହିଁ। ଘରେ ଖେଳିବା ସମୟରେ ମଧ୍ୟ ଶିଶୁକୁ ପାଠ ପଢାଇବା ଶିଖାନ୍ତୁ। ଖେଳଣା ସାହାଯ୍ୟରେ ମଧ୍ୟ ଆପଣ ଶିଶୁକୁ ପାଠ ପଢ଼ାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.