ଏଣିକି ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍ ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ, ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ

ଭୁବନେଶ୍ୱର (କେନ୍ୟୁଜ୍): ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ ବସ୍‌। ବରମୁଣ୍ଡାରୁ ବାହାରିଲେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ବ୍ରିଜ୍‌ ଉପରେ କଟକ ଅଭିମୁଖେ ଯିବେ। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ। ବରମୁଣ୍ଡା ପରେ ନୟାପଲ୍ଲୀ ହୋଟେଲ କ୍ରାଉନ୍‌ ପାଖ ବସ୍‌ ବେ ଓ ବାଣୀବିହାର ସତସଙ୍ଗ କେନ୍ଦ୍ର ପାଖରେ ଓହ୍ଲାଇବେ ବସ୍‌। ଆଚାର୍ଯ୍ୟ ବିହାର ଓ ବାଣୀବିହାର ଛକ ଦେଇ ନଯିବାକୁ ସବୁ ବସକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶର ଅବମାନନା କଲେ ହଜାରେ ଟଙ୍କା ଜରିମାନା ଗଣିବେ। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ଏହି ପଦେକ୍ଷେପ ନେଇଛି ପୋଲିସ।