Below header

ନିଜ ଜୋତାର ନଂରୁ ଜାଣନ୍ତୁ ନିଜର ବ୍ଯକ୍ତିତ୍ବ

ଆପଣଙ୍କର ପାଦର ଆଙ୍ଗୁଳି ଅନୁସାରେ ମଧ୍ୟ ଆପଣଙ୍କର ଭବିଷ୍ୟବାଣୀ କରାଯାଇ ପାରିବ । ଅନେକ ମନୋବୈଜ୍ଞ୍ୟାନିକ ଟେଷ୍ଟ ମଣିଷଙ୍କର ବ୍ଯକ୍ତିତ୍ବ ବିଷୟରେ ଖୋଲିକି କହିପାରିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ପାଦର ଆକାର ଦେଖି ଆପଣ ତାଙ୍କର ଭବିଷ୍ୟ ବିଷୟରେ ଜାଣିପାରିବେ ।

ମନୋବୈଜ୍ଞ୍ୟାନିକଙ୍କ ଟେଷ୍ଟ୍ ଅନୁସାରେ ଆମର ବ୍ଯକ୍ତିତ୍ବ ଶରୀରର ସଂରଚନା ଦ୍ବାରା ମଧ୍ୟ ଜଣାପଡିଥାଏ । ଜୋତାର ସାଇଜରୁ ମଧ୍ୟ ଯେକୌଣସି ବ୍ୟକ୍ତିଙ୍କର ବ୍ୟବହାର ବ ବିଷୟରେ ଜଣା ପଡିଥାଏ ।

shoestorage

୫ନଂ କିମ୍ବା ଏଥିରୁ କମ୍ ସାଇଜ୍ : ଯଦି ଆପଣଙ୍କର ଜୋତାର ସାଇଜ୍ ୫ନଂ ଏବଂ ତା’ଠାରୁ କମ୍ ହୋଇଥାଏ ତେବେ ଆପଣଙ୍କର ହୃଦୟ ଖୁବ୍ ବିଶାଳ । ଆପଣ ସମସ୍ତଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଆଖପାଖରେ ଥିବା ଲୋକଙ୍କୁ ଖୁସି ରଖିଥାନ୍ତି । ଆପଣ ଦେଖେଇ ହେବାକୁ ବିଲକୁଲ୍ ଭଲପାଆନ୍ତି । ସମସ୍ତଙ୍କ ସହିତ ଭଲଭାବରେ ସମୟ ବିତାଇଥାନ୍ତି ।

୬ନଂ : ଏହି ନଂର ଲୋକମାନଙ୍କର ବ୍ୟବହାର ଖୁବ୍ ମେଳାପି ଏବଂ ଏମାନେ ଅନ୍ୟମାନଙ୍କୁ ଖୁସି ରଖିଥାନ୍ତି । ଏମାନେ ଯେଉଁଠାକୁ ଯାଇଥାନ୍ତି ସେଠାରେ ନୂଆ ସାଙ୍ଗ ତିଆରି କରିଥାନ୍ତି । ଏମାନେ ସମସ୍ତଙ୍କ ହୃଦୟରେ ଯାଗା ସୃଷ୍ଟି କରିପାରି ନଥାନ୍ତି । ଏମାନଙ୍କର ଦୟାଳୁ ସ୍ବଭାବ ହିଁ ଅନ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ କରିଥାଏ ।

୭ନଂ : ୭ନଂର ଲୋକମାନେ ସବୁ କାମ କରିବା ପାଇଁ ଉତ୍ସାହିତ ରହିଥାନ୍ତି । ଏମାନେ ଖୁବ୍ ଜ୍ଞ୍ୟାନି ହୋଇଥାନ୍ତି ଏବଂ ନିଜର ମୂଲ୍ୟକୁ ବୁଝିଥାନ୍ତି । ଅନ୍ୟପଟେ ଏମାନଙ୍କୁ ଯେଉଁ କାମ ଠିକ୍ ଲାଗି ନଥାଏ ଏମାନେ ସିଧାସଳଖ ଭାବେ ମୁହଁରେ ମନା କରିଦେଇଥାନ୍ତି ।

୮ନଂ : ଏହି ନଂର ଥିବା ଲୋକମାନେ ଅନ୍ୟ ଲୋକମାନଙ୍କୁ ଖୁସିରେ ରଖିଥାନ୍ତି । ଏମାନଙ୍କୁ ନିଜ ଜୀବନରେ ଚ୍ୟାଲେଞ୍ଜ୍ ଏବଂ ଅସୁବିଧାକୁ ସାମ୍ନା କରିବା ପାଇଁ ଡରି ନଥାନ୍ତି । ଏମାନଙ୍କୁ ବିନା ଚ୍ୟାଲେଞ୍ଜର ଜୀବନ ଭଲ ଲାଗି ନଥାଏ ।

o

୯ନଂ : ଯେଉଁ ମାନଙ୍କର ପାଦର ଜୋତା ୯ନଂର ହୋଇଥାଏ ସେମାନେ ଆତ୍ମବିଶ୍ବାସୀ ହୋଇଥାନ୍ତି । ଏମାନଙ୍କୁ ଜଣାଥାଏକି’ ଅସଲରେ ଏମାନଙ୍କୁ କ’ଣ ଦରକାର୍ । ଏମାନଙ୍କୁ ଲୋକମାନଙ୍କର ଆଲୋଚନା ଏବଂ କଥାବାର୍ତ୍ତାରେ କୌଣସି ଫରକ୍ ପଡିନଥାଏ । ଏମାନେ ନିଜ କାମରେ ମତଲବ୍ ରଖନ୍ତି ଅନ୍ୟମାନଙ୍କ କାମରେ ମୁଣ୍ଡ ଖେଳାଇବାକୁ ଭଲପାଆନ୍ତି ନାହିଁ ।

୧୦ନଂ : ଏହି ଲୋକମାନଙ୍କୁ ଅନ୍ୟକୁ ଆୟତରେ ରଖିବା ପାଇଁ ଭଳପାଇ ନଥାନ୍ତି । ତାଙ୍କୁ ବିଲକୁଲବି ପସନ୍ଦ ନଥାଏ କି’ ତାଙ୍କୁ କେହିବି ଅର୍ଡର ଦିଅନ୍ତୁ । ଏହା ସହିତ ଏମାନେ କାହା ଠାରୁ ରାୟ ନେବାକୁ ପସନ୍ଦ କରି ନଥାନ୍ତି । ସତା କଥା ହେଉଛି ଏମାନେ ନିଜ ହୃଦୟର କଥା ଶୁଣିବା ପାଇଁ ବେଶୀ ପସନ୍ଦ କରିଥାନ୍ତି ।

୧୧ନଂ : ଏହି ନଂର ଲୋକମାନେ ଚ୍ୟାଲେଞ୍ଜ୍ ନେବାକୁ ଖୁବ୍ ଭଳପାଇଥାନ୍ତି । ଏମାନେ ନିଜ କାମକୁ ପରିଶ୍ରମରେ କରିଥାନ୍ତି । ଏମାନେ କୌଣସି କାମ ପାଇଁ ପସ୍ତାଇ ନଥାନ୍ତି ।

୧୨ନଂ : ଏହି ନଂର ବ୍ୟକ୍ତିଙ୍କୁ ଶାନ୍ତି ପସନ୍ଦ ଆସିଥାଏ । ଏମାନେ ଅସହଯୋଗ ପରିସ୍ଥିତିରୁ ବଂଚିବାକୁ ଚାହିଁଥାନ୍ତି । ଏମାନେ ପ୍ରକୃତିକୁ ଖୁବ୍ ଭଲପାଇଥାନ୍ତି ।

୧୩ ନଂ : ଏହି ନଂର ଲୋକମାନେ ବହୁତ ଭଦ୍ର ହୋଇଥାନ୍ତି । ଏମାନଙ୍କୁ ସବୁ ଜିନିଷ ନିଶ୍ଚିତ ଭାବେ ଦରକାର ଥାଏ । ଏମାନେ ଅସୁବିଧାରେ ପଡିଥିବା ସମୟରେ ସର୍ଚ୍ଚୋଟ ଲୋକଙ୍କର ସାହାଯ୍ୟ ନେବାକୁ ପସନ୍ଦ କରିଥାନ୍ତି ଏବଂ ତାଙ୍କର ସମସ୍ତ ରାୟକୁ ମାନି ନିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.