ଆସୁଛି ରାଧେ ମା’ଙ୍କ ସିନେମା ରାହ ଦେ ମା’ : ଦୟାକରି ଦେଖନ୍ତୁ ନାହିଁ ଟ୍ରେଲର୍

ସିନେମାରେ ରାଧେ ମା । ଗୁରୁମିତ୍ ରାମ ରହିମଙ୍କ ପରେ ଏବେ ଦର୍ଶକ ଦେଖିବେ ରାଧେ ମାଙ୍କ ଅଭିନୟ । ଖୁବ୍ ଶୀଘ୍ର ଆସୁଛି ସିନେମା ’ରାହ ଦେ ମା’ । ରିଲିଜ୍ ହୋଇ ସାରିଛି ଏହାର ଟ୍ରେଲର୍ ।

ଟ୍ରେଲରର ପ୍ରଥମ ସିନ୍ ଦେଖିବା ପରେ ଲାଗିବ ଯେ ସିନେମାରେ ରହିଛି ଅନେକ ବୋଲ୍ଡ ସିନ୍ । ଦ୍ବିତୀୟ ସିନରେ ନଜର ଆସୁଛନ୍ତି ନିଜେ ରାଧେ ମା । ସମ୍ପୂର୍ଣ୍ଣ ଟ୍ରେଲର ଦେଖିସାରିବା ପରେ କାହିଁକି ଦେଖିଲେ ବୋଲି ଆପଣ ନିଜକୁ ଗାଳି କରିବା ଆରମ୍ଭ କରିବେ । ତେବେ ଏହି ଟ୍ରେଲର୍ ଦେଖିସାରିବା ପରେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ଫିଲ୍ମରେ ଆସିବା ପାଇଁ ଲୋକ ମାନେ କିଛି ବି କରିଯାଆନ୍ତି । ଏହି ସିନେମାରେ ରାଧେ ମାଙ୍କ ବ୍ୟତୀତ ଅନେକ କଳାକାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.