Below header

କ୍ଷମତାକୁ ଆସିବା ପୂର୍ବରୁ କେଜ୍ରିଓ୍ଵାଲ କହିଥିଲେ ୨ ବଖରା ଘରେ ରହିବେ, ଏବେ ବଙ୍ଗଳା ମରାମତିରେ ୪୫ କୋଟି ଟଙ୍କା- କଂଗ୍ରେସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବଙ୍ଗଳା ମରାମତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ତାଙ୍କୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚିତ ହେବାକୁ ପଡୁଛି । ତେବେ କଂଗ୍ରେସ କେଜ୍ରଓ୍ଵଲାଙ୍କ ବଙ୍ଗଳା ମରାମତି ନେଇ ସିଧାସଳଖ ଆକ୍ଷେପ କରିଛି । କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି, ‘‘କେଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀ ହେବା ଆଗରୁ ରାମଲୀଳା ପଡିଆରେ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିଥିଲେ ।

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବଙ୍ଗଳା ମରାମତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ତାଙ୍କୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚିତ ହେବାକୁ ପଡୁଛି । ତେବେ କଂଗ୍ରେସ କେଜ୍ରଓ୍ଵଲାଙ୍କ ବଙ୍ଗଳା ମରାମତି ନେଇ ସିଧାସଳଖ ଆକ୍ଷେପ କରିଛି । କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି, ‘‘କେଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀ ହେବା ଆଗରୁ ରାମଲୀଳା ପଡିଆରେ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିଥିଲେ ।

ସେତେବେଳେ ସେ କହିଥିଲେ ଯେ କ୍ଷମତାରେ ଆସିଲେ ଶୀଲା ଦିକ୍ଷୀତଙ୍କ ଭଳି ଆଲିସାନ ବଙ୍ଗଳାରେ ରହିବି ନାହିଁ, ଦୁଇ ବଖରା ଘରେ ରହିବି । ହେଲେ ନିଜ ବଙ୍ଗଳାର ମରାମତି ପାଇଁ କେଜ୍ରିଓ୍ଵାଲ ୪୫ କୋଟି ଟଙ୍କା ଖର୍ଚ୍ଚ କରିଦେଲେ । ଏ ହେଉଛି ସେହି ଆମ୍‌ ଆଦି ପାର୍ଟି ଯାହାର ଦୁଇ ନେତା ଦୁର୍ନୀତି ମାମଲରେ ଜେଲରେ ଅଛନ୍ତି । ’’

ମୁଖ୍ୟମନ୍ତ୍ରୀଙ୍କର ଯଦି ସାମାନ୍ୟ ନୈତିକତା ଅଛି ତେବେ ସେ ଜନତାଙ୍କୁ ମିଛ କହିଛନ୍ତି ବୋଲି କୁହନ୍ତୁ ଓ କ୍ଷମା ମାଗନ୍ତୁ ବୋଲି ଲାମ୍ବା କହିଛନ୍ତି । ଆମ ଆଦମୀ ପାର୍ଟି ଏହାର ଉତ୍ତର ରଖିଛି, ଦଳ ପକ୍ଷରୁ କୁହାଯାଇଛି ଯେ ଏହା ସରକାରୀ ବଙ୍ଗଳା, କୌଣସି ବ୍ୟକ୍ତିଗତ ଘରେ ଟଙ୍କା ଖର୍ଚ୍ଚ କରାଯାଇନାହିଁ ।

ବିଜେପି ସାଂସଦ ମନୋଜ ତିଓ୍ଵାରୀ କେଜ୍ରିଓ୍ଵାଲଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ଦମ୍‌ ଅଛି ତ ଏବିପି ନ୍ୟୁଜ୍‌ କ୍ୟାମେରାକୁ ଘରେ ପଶିବାକୁ ଦିଅନ୍ତୁ । କ’ଣ ପାଇଁ ଘରେ ଲକ୍ଷାଧିକ ଟଙ୍କାର ସୋଫା, ୮ ଲକ୍ଷ ଟଙ୍କାର ପରଦା । ଆମ ଘରେ ୨୫୦ ଟଙ୍କାର ପରଦା ଥିବା ବେଳେ ଏହା କେଉଁ ପ୍ରକାର ରାଜଶାହି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ତିଓ୍ଵାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.