ଲୁଧିଆନା ଜେଲ ପାଲଟିଥିଲା ରଣକ୍ଷେତ୍ର, ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର

ପଂଜାବର ଲୁଧିଆନ ସେଣ୍ଟ୍ରାଲ ଜେଲରେ ଆଜି ତୁମୁଳ ହିଂସାକାଣ୍ଡ ଘଟିଛି। ଜଣେ ଜେଲ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ଲୁଧିଆନା ଜେଲରେ ଆଜି ଦୁଇ ତିନି ଘଣ୍ଟା ଧରି ଜେଲ କର୍ତ୍ତୃପକ୍ଷ ଓ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଡ୍ରଗ କାରବାରରେ ସଂପୃକ୍ତ ସିନି ସୁଦ୍ ନାମକ ଜଣେ କଏଦୀଙ୍କୁ ନିକଟସ୍ଥ ରାଜେନ୍ଦ୍ର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ଜେଲ ମଧ୍ୟରେ ଥିବା କେଦୀମାନେ ହିଂସାକାଣ୍ଡ ଭିଆଇଥିଲେ।

jail

ଜେଲରେ ଥିବା ୩ ହଜାର ରୁ ଅଧିକ ଅନ୍ତେବାସୀ ଓ ଜେଲର କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତୀ , ମାଡଗୋଳ ହୋଇଥିଲା। ଏହି ହିଂସାକାଣ୍ଡ ଦୁଇ ତିନି ଘଣ୍ଟା ଧରି ଚାଲିଥିବା ବେଳେ ଏହାକୁ କୌଣସି ଅନ୍ତେବାସୀ ଫେସ୍ବୁକ୍ରେ ଲାଇଭ ମଧ୍ୟ କରୁଥିଲେ। ଏହି ହିଂସାକାଣ୍ଡରେ ଜଣେ ଅନେତବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି। ତେବେ ଏହି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ଲାଗି ପଂଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.