Below header

ଇଣ୍ଡିଜ୍‌କୁ ଶୋଚନୀୟ ଭାବେ ୧୨୫ ରନ୍‌ରେ ହରାଇ ଜିତିଲା ଭାରତ, ମାଞ୍ଚେଷ୍ଟର୍‌ ପିଚ୍‌ରେ ରାଜ୍‌ କଲେ ଭାରତୀୟ ବୋଲର୍‌

ମାଞ୍ଚେଷ୍ଟର : ବଢ଼ିଆ ବୋଲିଂ କରି ଆଜି ବିଶ୍ୱକପ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ଅତି ଶୋଚନୀୟ ଭାବେ ୧୨୫ ରନ୍‌ରେ ହରାଇଛି ଭାରତ । ୨୬୯ ରନ୍‌ର ପିଛା କରିଥିବା ଇଣ୍ଡିଜ୍‌ ଦଳ ୧୪୩ ରନ୍‌ (୩୪.୧ ଓଭର)ରେ ଅଲ୍‌ଆଉଟ୍‌ ହୋଇଛି । ସବୁ ଭାରତୀୟ ବୋଲର୍‌ ଚମତ୍କାର ବୋଲିଂ କରିଥିଲେ । ମହମ୍ମଦ ସାମି ପୁଣି ନିଜର ଜଲଓ୍ଵା ଦେଖାଇ ୪ଟି ଓ୍ଵିକେଟ୍‌ ଦଖଲ ଦଖଲ କରିଥିଲେ । ସେହିପରି ବୁମରା, ପାଣ୍ଡ୍ୟା, କୁଲଦୀପ ଯାଦବ, ଚହଲ ସମସ୍ତେ ଓ୍ଵିକେଟ୍‌ ନେଇଥିଲେ ।

PANDYA
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୬୮ ରନ୍‌ ସ୍କୋର କରିଥିଲା ।
ଚଳିତ ବିଶ୍ୱକପ୍‌ରେ ବର୍ତ୍ତମାନ ଯାଏ ଭାରତ ହେଉଛି ଏକମାତ୍ର ଦଳ ଯିଏ ଗୋଟିଏ ହେଲେ ମ୍ୟାଚ୍‌ ହାରି ନାହିଁ। ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୧ ପଏଣ୍ଟ ଲାଭ କରିଛି । ଏହା ସହିତ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଆସିଛି । ସେପଟେ େଓ୍ଵଷ୍ଟଇଣ୍ଡିଜ୍‌ ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି । ୭ଟି ମ୍ୟାଚ୍‌ ଖେଳି ଗୋଟିଏ ମାତ୍ର ମ୍ୟାଚ୍‌ ଜିତିଥିବା ବେଳେ ୫ଟିରେ ପରାଜିତ ହୋଇଛି ।

shami

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.