୬୨ ବର୍ଷ ପୁର୍ବେ ସିଗାରେଟକୁ ନେଇ ଆସିଥିଲା ଏକ ସଂଘାତିକ ତଥ୍ୟ, ଜାଣନ୍ତୁ ସେହି ବିଷୟରେ

ନୂଆଦିଲ୍ଲୀ: ‘ସିଗାରେଟ  ସ୍ମୋକିଙ୍ଗ ଇଜ ଇଂଜରିୟସ ଟୁ ହେଲଥ୍’ ଏହି ସଚେତନ ବାର୍ତ୍ତାଟି  ସବୁ ସିଗାରେଟ ଖୋଳ ଉପରେ ଲେଖାଥାଇ ମଧ୍ୟ ଏହାର ଅଭ୍ୟସ୍ତ ଥିବା ଲୋକ ସିଗାରେଟ ଟଣିବା ଛାଡି ପାରେ ନାହିଁ। କିନ୍ତୁ ଆପଣ  ଆପଣ ଜାଣିଛନ୍ତି  କି, ଆଜକୁ  ୬୨ ବର୍ଷ ପୂର୍ବେ ଆଜିର ଦିନରେ ହିଁ ସିଗାରେଟର ହାନିକାରକତା ବାବଦରେ ଜଣାପଡିଥିଲା।

inhaling from an electronic cigarette.ସିଗାରେଟ ଟଣିବା ଦ୍ବାରା ଶରୀରରେ କ୍ୟାନସର ରୋଗ ଆକ୍ରମଣ କରିଥାଏ ବୋଲି ବ୍ରିଟେନର ମେଡିକାଲ ରିସର୍ଚ୍ଚ କାଉଂସିଲ ଆଜିର ଦିନର ପ୍ରମାଣ କରିଥିଲା। ଆଉ ସିଗାରେଟ ଟାଣିଲେ ଫୁସଫୁସ କ୍ୟାନସର ହୋଇଥାଏ ବୋଲି ରିସର୍ଚ୍ଚ କାଉଂସିଲ ୨୫ ବର୍ଷ ପରେ ପ୍ରମାଣ ପାଇଥିଲା। ସେତେବେଳେ ସିଗାରେଟ କମ୍ପାନୀମାନେ ଏହି ରିସର୍ଚ୍ଚକୁ  ବିରୋଧ କରିଥିଲା। ଏବେ ଭରତରେ ପ୍ରତିବର୍ଷ ୧୫ ଲକ୍ଷ ଲୋକ କ୍ୟାନସର ରୋଗୀ  ଚିହ୍ନଟ ହୋଇଥାନ୍ତି। ଏଥି ମଧ୍ୟରୁ ଅଧିକାଂଶ ସିଗାରେଟ ଓ ଅନ୍ୟାନ ତମ୍ବାଖୁ ବ୍ୟବହାର କରି କ୍ୟାନସର ରୋଗର ଶିକାର ହୋଉଥିବା ଜଣା ପଡିଛି ଓ ପ୍ରତିଦିନ ତମ୍ବାଖୁ ସେବନରେ ୨୫ହଜାର ଲୋକ ମୃତ୍ୟୁବରଣ କରିଥିବାର ରିପୋର୍ଟ ସାମ୍ନାକୁ ଆସିଛି। ୨୦୧୮ ମସିହାରେ ୩୭୧୩୦୨ ଜଣ ଲୋକଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.