Below header

କ୍ଲାସରେ ଛାତ୍ରୀଙ୍କୁ କାମୁଡ଼ିଦେଲା ସାପ ବାରମ୍ବାର କହିବା ପରେ ମଧ୍ୟ ଛାଡିଲେନାହିଁ ଶିକ୍ଷକ, ଶେଷରେ ଆଖିବୁଜିଦେଲା ୧୦ ବର୍ଷର ଝିଅ

କେରଳ ବାୟନାଡର ଏକ ସ୍ଥାନୀୟ ସ୍କୁଲରେ ସାପ କାମୁଡିବା ଦ୍ୱାରା ଜଣେ ୧୦ ବର୍ଷୀୟା ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଏସ ସେରିନ ନାମକ ଜଣେ ଛାତ୍ରୀ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି । ଦିନ ପ୍ରାୟ ୩ଟା ବେଳେ ଛାତ୍ରୀ ଜଣକ ନିଜ କକ୍ଷରେ ବସିଥିବା ସମୟରେ ଏପରି ଘଟଣା ଘଟିଥିଲା । ମିଳିଥିବା ସୂଚନା ମୁତାବକ ସାପଟି କ୍ଲାସ ମଧ୍ୟରେ ଥିବା ଏକ ଗର୍ତ୍ତ ମଧ୍ୟରେ ଥିଲା ଏବଂ ଅଚାନକ ଛାତ୍ରୀ ଜଣଙ୍କୁ କାମୁଡି ଦେଇଥିଲା । ସେରିନଙ୍କ ସହପାଠୀ କହିଥିଲେ ଯେ ଏହି ଘଟଣା ଘଟିବା ମାତ୍ରେ ହିଁ ସଙ୍ଗେ ସଙ୍ଗେ ସେ ଶିକ୍ଷକଙ୍କୁ ଜଣାଇଥିଲେ କିନ୍ତୁ ସେ ଏହି କଥାକୁ ବିଶେଷ ଭାବେ ଧ୍ୟାନ ନଦେଇ ପାଦରେ ପଥର କିମ୍ବା କିଛି ଲାଗିଯାଇଥିବ କହି ଆଡେଇ ଦେଇଥିଲେ ।

 

Image result for 10 year old girl dies after a snake bite inside a classroom in school

ଶ୍ରେଣୀର ଅନ୍ୟଜଣେ ଛାତ୍ର କହିଛନ୍ତି ଯେ ଏହି ଘଟଣା ଘଟିବା ମାତ୍ରେ ହିଁ ସେମାନେ ଶିକ୍ଷକଙ୍କୁ କହିଥିଲେ ଯେ ସେରିନଙ୍କୁ ସାପ କାମୁଡି ଦେଇଛି ଏବଂ ତାକୁ ଡାକ୍ତରଙ୍କ ପାଖକୁ ନେଇଯିବା ଆବଶ୍ୟକ । ମାତ୍ର ଏକଥା ଶିକ୍ଷକ ଶୁଣିନଥିଲେ । ଘଟଣାର ପ୍ରାୟ ଏକ ଘଣ୍ଟା ପରେ ସେରିନର ପାଦ ନୀଳ ପଡିଯାଇଥିଲା ଏବଂ ସେତେବେଳେ ତାଙ୍କ ପିତା ସ୍କୁଲରେ ପହଂଚି ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କ୍ଳାସର ଅନ୍ୟ ଜଣେ ଛାତ୍ରଙ୍କ କହିବା ଅନୁଯାୟୀ ସେରିନ ନିଜେ ମଧ୍ୟ ଶିକ୍ଷକଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଯେ ତାଙ୍କୁ ସାପ କାମୁଡି ଦେଇଛି ବୋଲି କିନ୍ତୁ ଶିକ୍ଷକ ତାଙ୍କ କଥାକୁ ମଧ୍ୟ ଧ୍ୟାନ ଦେଇନଥିଲେ ।

Image result for 10 year old girl dies after a snake bite inside a classroom in school

ଏହାସହ ପଢନ୍ତୁ ଦିନମଜୁରୀଆଠୁ ଆରମ୍ଭ କରି ପରିବାବାଲା ପର୍ଯ୍ୟନ୍ତ ପୋଲିସ ପୋଷାକପିନ୍ଧି କରୁଛନ୍ତି ଜୁଲମ, ଜାଣନ୍ତୁ ସମ୍ପୂର୍ଣ ଘଟଣା

ଏହି ଘଟଣାରେ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରିଦିଆଯାଇଛି ଏବଂ ମାମଲାରେ ଲଗାଯାଇଥିବା ଆରୋପକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କେରଳର ଶିକ୍ଷାମନ୍ତ୍ରୀ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.