ଯାଜପୁର: ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଯବାନଙ୍କ ଦୁଃସାହସିକ କ୍ରିଡା ପ୍ରଦର୍ଶନ, ସୃଷ୍ଟି କଲେ ବିଶ୍ୱରେକର୍ଡ

ଯାଜପୁର ଟାଉନ(କେନ୍ୟୁଜ୍): ଓଡିଆ ବୀର ଯବାନଙ୍କ ବିରଳ ବିଶ୍ୱ ରେକର୍ଡ । ଭାରତୀୟ ସେନାର ସିଗନାଲ ବିଭାଗର ଡେୟାର ଡେଭିଲ ଟିମରେ ସାମିଲ ହୋଇ ବିଶ୍ୱ ରେକର୍ଡ କରିଛନ୍ତି ଓଡିଆ ଯବାନ ସଂଗ୍ରାମ କେଶରୀ ଜେନା । ସଂଗ୍ରାମ ନିକଟରେ ଜବଲପୁର ଠାରେ ଆୟୋଜିତ ଏକ ସୋ ରେ ଏହି ରେକର୍ଡ ସ୍ଥାପନ କରି ସମଗ୍ର ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସଂଗ୍ରାମ ବୁଲେଟ ଉପରେ ୧୧ ଫୁଟ ଉଚ୍ଚ ସିଡି ଉପରେ ଚଢ଼ି ଓଲଟା ଠିଆ ହୋଇ ୪  ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡ ରହି ୧୨୮ କିଲୋମିଟର ପରିକ୍ରମା କରିଥିଲେ ।

ପୂର୍ବରୁ ବିଏସଏପଂ ଜବାନ ଅବଦେଶ ସିଂ ୬୮ କିଲୋମିଟର ଯାତ୍ରା କରି ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିବା ପରେ ନିଜ ସହକର୍ମୀ ଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଅନେକ ଶୁଭେଚ୍ଛା ପହଂଚିବାରେ ଲାଗିଛି । ସଂଗ୍ରାମ ଯାଜପୁର ବରୀରେ ନିଜ ଜନ୍ମମାଟିରେ ପହଂଚିବାରେ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଦିଆଯାଇଛି ।

jajpur5

ସଂଗ୍ରାମଙ୍କୁ ଏକ ଖୋଲା ଜିପରେ ନିଜ ଜନ୍ମମାଟି ବାଲିଆକୁ ନିଆଯାଇଥିଲା । ରାସ୍ତାରେ ବିଭିନ୍ନ ବ୍ୟକ୍ତିବିଶେଷ,ସଂଗଠନ ଓ ହଜାର ହଜାର ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଗ୍ରାମଙ୍କ ଏଭଳି ବିରଳ ରେକର୍ଡ ଫଳରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ମାଟି ନାଁ ଆଜି ବିଶ୍ୱ ଦରବାରରେ ପହଞ୍ଚିପାରିଛି । ବାଲିଆ ପଂଚାୟତ ପକ୍ଷରୁ ସମସ୍ତ ସ୍ୱାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା । ସଂଗ୍ରାମ ନିଜ ଘରେ ପହଞ୍ଚିବା ପରେ ମା ବନ୍ଦାପନା କରିବା ସହିତ ପୁଅ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

କଠିନ ପରିଶ୍ରମ ଓ ପରିବାର ଲୋକଙ୍କ ସହଯୋଗ ଏବଂ ଆର୍ଶିବାଦ ଫଳରେ ସଂଗ୍ରାମଙ୍କୁ ଏଭଳି ସଫଳତା ମିିଳିପାରିଛି । ସଂଗ୍ରାମଙ୍କ ଏହି ରେକର୍ଡ ସଂପର୍କରେ ଦେଶ ବିଦେଶର ଅନେକ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛି ।

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇବା ଘଟଣା ସମଗ୍ର ଓଡିଆ ମାନଙ୍କୁ ଗର୍ବିତ କରିଛି ।ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରି ରାଜ୍ୟ ତଥା ଦେଶର ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମାନିତ କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.