ମିଆଁମାର ସେନାର ଏୟାରଷ୍ଟ୍ରାଇକ: ନାଗରିକଙ୍କ ଉପରେ ଆକାଶ ମାର୍ଗରୁ କଲା ବୋମା ମାଡ଼, ୧୦୦ ମୃତ

ମିଆଁମାରରେ ସେନାଶାସନ ବିରୋଧୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବୋମାମାଡ଼ ହୋଇଛି। ସାଧାରଣ ନାଗରିକଙ୍କ ଉପରେ ଆକାଶ ମାର୍ଗରୁ ଗୁଳି ଏବଂ ବୋମା ବର୍ଷା କରାଇଛି । ଏହି ଆକ୍ରମଣରେ ଅଧିକାଂଶ ମହିଳା ଓ ଶିଶୁ ମୃତ

ନୂଆଦିଲ୍ଲୀ : ମିଆଁମାର ସେନାର ଏୟାରଷ୍ଟ୍ରାଇକ୍‌, ୧୦୦ରୁ ଊର୍ଦ୍ଧ୍ୱ ମୃତ। ସେନାଶାସନ ବିରୋଧୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବୋମାମାଡ଼ ହୋଇଛି। ସାଧାରଣ ନାଗରିକଙ୍କ ଉପରେ ଆକାଶ ମାର୍ଗରୁ ଗୁଳି ଏବଂ ବୋମା ବର୍ଷା କରାଇଛି । ଖବର ଅନୁସାରେ ଏହି ଆକ୍ରମଣରେ ଡର୍ଜନରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି । ଅନ୍ୟ କିଛି ରିପୋର୍ଟ ଅନୁସାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଇଛି । କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମ ଦେଶରେ ଚାଲିଥିବା ସୈନ୍ୟ ଶାସନ ବିରୋଧରେ ଆୟୋଜିତ କରାଯାଇଥିଲା ।

୨୦ ମିନିଟ୍‌ ଧରି ସେନାର ହେଲିକପ୍ଟରରୁ ଗୁଳି ଓ ବୋମାମାଡ଼ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ଏକ ସ୍କୁଲରେ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏହି ବୋମାମାଡ଼ ହୋଇଛି । ସାଧାରଣ ନାଗରିକଙ୍କ ଉପରେ ମିଆଁମାର ସେନାର ବର୍ବରତାକୁ ମିଳିତ ଜାତିସଂଘ ନିନ୍ଦା କରିଛି । ଜାତିସଂଘର ମାନବାଧିକାର କମିଶନର ବୋକ୍ଲୋର ତୁର୍କ ଏକ ବୟାନ ଜାରି ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଆକଶ ମାର୍ଗରୁ ଆକ୍ରମଣର ଏହି ଖବର ଅତ୍ୟନ୍ତ ଚିନ୍ତା ଜନକ । ସେ କହିଛନ୍ତି ଯେ ଯେଉଁ କାର୍ଯ୍ୟକ୍ରମ ଉପରେ ମ୍ୟାଁମାର ସେନା ହେଲିକପ୍ଟରରୁ ବୋମ ମାଡ କରିଛି, ସେଠାରେ ସ୍କୁଲ ଛାତ୍ରଛାତ୍ରୀ ନୃତ୍ୟ ପ୍ରଦର୍ଶନ କରୁଥିଲେ ଏବଂ ଉଦଘାଟନ ସମାରୋହରେ ଅନ୍ୟ ନାଗରିକ ମଧ୍ୟ ଉପସ୍ଥିତ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.