Below header

ସୁସ୍ଥ ହୋଇ ଫେରିଲେ କରୋନା ଭାଇରସରେ ଆକ୍ରାନ୍ତ ୧୦୩ ବର୍ଷର ଇରାନୀୟ ମହିଳା

କରୋନା ଭାଇରସ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ହେଲେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଜଣେ ୧୦୩ ବର୍ଷର ମହିଳା ସୁସ୍ଥ ହୋଇ ଫେରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ମହିଳା ଜଣକ ଇରାନର ହୋଇଥିବା ବେଳେ ସେମ୍‌ନାନ୍‌ ୟୁନିଭରସିଟି ଅଫ୍‌ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ । କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଏ ହେଉଛନ୍ତି ଦ୍ୱିତୀୟ ବୃଦ୍ଧା ମହିଳା । ଏଥି ପୂର୍ବରୁ ଚୀନ୍‌ର ଜଣେ ୧୦୧ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇ ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ।

 

corona-5

ପୂର୍ବରୁ ରୋଗାକ୍ରାନ୍ତ ଥିବା କିମ୍ବା ବୟସ୍କ ବ୍ୟକ୍ତିଙ୍କ ଠାରେ କରୋନାର ବିପଦ ଅଧିକ ପଡ଼ୁଥିବା ବେଳେ ୧୦୩ ବର୍ଷର ଏହି ବୃଦ୍ଧା  ଜଣକ ସୁସ୍ଥ ହେବା ଏକ ଚମତ୍କାର ବୋଲି ଡାକ୍ତର ନେଭିଡ୍‌ ଡାନାୟୀ ପ୍ରକାଶ କରିଛନ୍ତି ।

ଚୀନ୍‌ରେ ଗତ ଜାନୁଆରୀରୁ ୧ କୋଟି ୧୦ ଲକ୍ଷ ଲୋକ କରୋନା ପାଇଁ ନଜର ବନ୍ଦିରେ ରହିଥିବା ବେଳେ ୮୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ପ୍ରାୟ ୪ ହଜାରରୁ ଅଧିକ ଲୋକ କରୋନାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.