ଶେଷଥର ପାଇଁ ନିଜ ପୁଅକୁ ପୁରି, ତରକାରୀ ଓ କଚୋଡି ଖୁଆଇଦେବା ପାଇଁ ଚାଁହୁଛନ୍ତି ବିନୟଙ୍କ ମା’, କାନ୍ଦି କାନ୍ଦି କହିଲେ ଏପରି କଥା

ଅଦାଲତରେ ବାରମ୍ବାର ପିଟିସନ ଖାରଜ ହେବାପରେ ନିର୍ଭୟା ଦୋଷୀଙ୍କୁ ଫାଶୀରୁ ମୁକ୍ତି ପାଇବାର ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ଏବେ ସେମାନଙ୍କ ପରିବାର ଲୋକେ ମଧ୍ୟ ଜାଣିସାରିଲେଣି ଯେ ତାଙ୍କ ପିଲାକୁ ଏବେ ବଞ୍ଚାଇବା ଅସମ୍ଭବ । ତେବେ ଏହାକୁ ଦୃଷ୍ଟିରେ ରଖି ଚାରି ଦୋଷୀଙ୍କ ମଧ୍ୟରୁ ଜଣଙ୍କର ମା’ ନିଜ ପୁଅକୁ ଶେଷଥର ପାଇଁ ଖୁଆଇ ଦେବା ପାଇଁ ଚାଁହୁଛନ୍ତି ବୋଲି ଅନୁରୋଧ କରିଛନ୍ତି ।

ନିର୍ଭୟ ଦୋଷୀ ମୁକେଶ, ଅକ୍ଷୟ, ବିନୟ ଓ ପବନଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ମିନିଟରେ ଫାଶୀ ଦିଆଯିବ । ତେବେ ଏହା ମଧ୍ୟରେ ବିନୟର ମାଙ୍କ ଇଛା ରହିଛି ଯେ ସେ ଶେଷଥର ପାଇଁ ନିଜ ହାତରେ ପୁଅକୁ ଖାଦ୍ୟ ଖୁଆଇ ଦେବା ପାଇଁ ତାଙ୍କୁ ସୁଯୋଗ ଦିଆଯାଉ ।

विनय शर्मा

ମହିଳାଙ୍କ କହିବା ଅନୁଯାୟୀ ତିହାର ଜେଲର କର୍ମଚାରୀମାନେ କେବେବି ତାଙ୍କୁ ନିଜ ହାତ ତିଆରି ଖାଦ୍ୟକୁ ପୁଅ ପାଖକୁ ନେଇଯିବା ପାଇଁ ଦିଅନ୍ତି ନାହିଁ । ଯଦି ସେମାନେ ମୋତେ ଅନୁମତି ଦିଅନ୍ତେ ତାହେଲେ ମୁଁ ମୋ ପୁଅ ପାଇଁ ପୁରୀ, ତରକାରୀ ଓ କଚୋଡି ନେଇ ଖୁଆଇ ଦିଅନ୍ତି । ଏହାସହିତ ସେ କହିଥିଲେ ଶେଷଥର ପାଇଁ ସେ ନିଜ ପୁଅକୁ ଦେଖା କରିବାକୁ ଜେଲ ଯିବେ । ତେବେ ୨୬ ବର୍ଷୀୟ ବିନୟଙ୍କୁ ମୁକେଶ ସିଂ, ପବନ ଗୁପ୍ତା ଏବଂ ଅକ୍ଷୟ କୁମାରଙ୍କ ସହିତ ଆସନ୍ତା କାଲି ସକାଳ ୫.୩୦ ମିନିଟରେ ଫାଶୀ ଦିଆଯିବ । ସେମାନଙ୍କର ଡେଥ ୱାରେଣ୍ଟ ଜାରି କରାଯାଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.