ଦୀର୍ଘ ଦୁଇ ମାସର ସଫେଇ ଅଭିଯାନ, ମାଉଣ୍ଟ୍ ଏଭରେଷ୍ଟରୁ ବାହାରିଲା ୧୧ଟନ୍ ଆବର୍ଜନା ସହିତ ୪ଟି ଶବ

କାଠମାଣ୍ଡୁ: ମାଉଣ୍ଟ୍ ଏଭରେଷ୍ଟ୍‍ ତଥା ଏହା ଆଖପାଖରେ ଥିବା ଗଡ଼ାଣି ଉଠାଣି ରାସ୍ତା ତଳକୁ ଥିବା ବେସ୍‌କ୍ୟାମ୍ପର ଦୀର୍ଘ ଦୁଇମାସ ହେବ ଚାଲିଥିଲା ସଫେଇ ଅଭିଯାନ । ନେପାଳୀ ଆରୋହଣକାରୀମାନେ ଏହି ସଫେଇ ଅଭିଯାନରେ ନିୟୋଜିତ ହୋଇଥିଲେ । ତେବେ ସଫେଇ ସମୟରେ ସେଠାରୁ ସେମାନେ ଚାରିଟି ଶବ ଏବଂ ୧୧ ଟନ୍‌ ଆବର୍ଜନା ବାହାର କରିଥିବା ବୁଧବାର ଦିନ ସରକାର କହିଛନ୍ତି।

mount Everestତେବେ ସଫେଇ ସମୟରେ ସେଠାରୁ ବ୍ଯବହାର କରାଯାଇଥିବା ଅମ୍ଳଜାନ ବୋତଲ, ମନୁଷ୍ୟ ମଳ, ଚିରା ତମ୍ବୁ, ଦଉଡ଼ି, ଭଙ୍ଗା ଶିଡ଼ି, କେନ୍‌ ଏବଂ ପ୍ଲାଷ୍ଟିକ୍‌ ଜରି ପଡ଼ିରହିଥିବା ସଫେଇରେ ନିୟୋଜିତ ଥିବା ଆରୋହଣକାରୀମାନେ କହିଛନ୍ତି । ଆବର୍ଜନା ଏବଂ ବର୍ଷ ବର୍ଷ ଧରି ଏଭରେଷ୍ଟ୍‍ ଢାଲୁରେ ମୃତ୍ୟୁବରଣ କରିଥିବା ପ୍ରାୟ ୩୦୦ ଲୋକଙ୍କ ଶବ ଶୀତକାଳରେ ତୁଷାରରେ ପୋତି ହୋଇ ପଡ଼ିଥିଲା। ଗ୍ରୀଷ୍ମ ଆସିବାରୁ ବରଫ ତରଳି ସେ ସବୁ ଦେଖା ଯାଉଥିବା ମଧ୍ଯ ସେମାନେ କହିଛନ୍ତି। ସୂଚନା ଅନୁଯାୟୀ ୨୦ ଜଣ ଶେର୍ପା ଆରୋହଣକାରୀଙ୍କୁ ନେଇ ଗଠିତ ସଫେଇ ଟିମ୍‌ ଏପ୍ରିଲ୍‌ ଏବଂ ମେ ମାସରେ ବେସ୍‌ କ୍ୟାମ୍ପ୍‌ ଉପରରେ ଥିବା ବିଭିନ୍ନ କ୍ୟାମ୍ପ୍‌ ସାଇଟ୍‌ରୁ ପାଞ୍ଚ ଟନ୍‌ ଆବର୍ଜନା ଏବଂ ତଳ ଅଞ୍ଚଳରୁ ଛଅ ଟନ୍‌ ଆବର୍ଜନା ସଂଗ୍ରହ କରିଛନ୍ତି।

 

 

Leave A Reply

Your email address will not be published.