ସୁଦାନରୁ ଫେରୁଥିବା ଭାରତୀୟଙ୍କୁ କାମଳ ଜ୍ୱର, ୧୧୭ ଜଣ କ୍ୱାରେଣ୍ଟାଇନରେ

ସୁଦାନରୁ ଫେରୁଥିବା ଭାରତୀୟଙ୍କୁ କାମଳ ଜ୍ୱର। ଏପର୍ଯ୍ୟନ୍ତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୧୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଲକ୍ଷଣ ନରହିଲେ ୭ ଦିନ ପରେ ଛାଡ଼ି ଦିଆଯିବ। ସୁଦାନରୁ ୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯିବ। ଦିନକୁ ଦିନ ଗମ୍ଭୀର ହେଉଛି ସୁଦାନ ସଂକଟ। ଦୁଇ ସାମରିକ ସଂଗଠନ ଅସ୍ତ୍ରବିରତି ଉଲଂଘନ କରିବା ପରେ ପୁଣି ରାଜଧାନୀ ଖାର୍ତୁମରେ ନିଆଁ ଜଳିଛି।

ନୂଆଦିଲ୍ଲୀ :  ସୁଦାନରୁ ଫେରୁଥିବା ଭାରତୀୟଙ୍କୁ କାମଳ ଜ୍ୱର। ଏପର୍ଯ୍ୟନ୍ତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୧୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଲକ୍ଷଣ ନରହିଲେ ୭ ଦିନ ପରେ ଛାଡ଼ି ଦିଆଯିବ। ସୁଦାନରୁ ୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯିବ। ଦିନକୁ ଦିନ ଗମ୍ଭୀର ହେଉଛି ସୁଦାନ ସଂକଟ। ଦୁଇ ସାମରିକ ସଂଗଠନ ଅସ୍ତ୍ରବିରତି ଉଲଂଘନ କରିବା ପରେ ପୁଣି ରାଜଧାନୀ ଖାର୍ତୁମରେ ନିଆଁ ଜଳିଛି।

ଭାରତରେ ପହଞ୍ଚିଥିବା ୧୧,୯୧ ଯାତ୍ରୀଙ୍କ ଭିତରୁ ୧୧୭ ଜଣ କାମଳ ଜ୍ୱରରେ ସଂକ୍ରମିତ। ଏମାନଙ୍କୁ ମାଗଣା କ୍ୱାରେଣ୍ଟାଇନ ସହ ସମସ୍ତ ସୁବିଧା ଉପଲବ୍‌ଧ କରାଯାଇଛି। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ କ୍ୱାରେଣ୍ଟାଇନ୍‌ ସୁବିଧା କରାଯାଇଛି। ଏମାନେ କାମଳ ଜ୍ୱର ପ୍ରତିଶେଧକ ଟିକା ନେଇ ନଥିଲେ । ୭ ଦିନ ଭିତରେ ଲକ୍ଷଣ ପ୍ରକାଶ ନପାଇଲେ ସମସ୍ତଙ୍କୁ ଛାଡ଼ି ଦିଆଯିବ। ଅପରେସନ କାବେରୀରେ ବୈଦେଶିକ ମନ୍ତ୍ରାଳୟ ସହ ମିଶନ ମୋଡରେ କାମ କରୁଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ଅବତରଣ କରିଥିବା ୩୬୦ ଯାତ୍ରୀଙ୍କ ମଧ୍ୟରୁ କୌଣସି ଯାତ୍ରୀଙ୍କୁ କ୍ୱରେଣ୍ଟାଇନରେ ରହିବାର ଆବଶ୍ୟକତା ନଥିଲା। ଏପ୍ରିଲ ୨୬ରେ ମୁମ୍ବାଇରେ ୨୪୦ ଯାତ୍ରୀ ଅବତରଣ କରିଥିଲେ । ସେମାନଙ୍କ ଭିତରୁ ୧୪ ଜଣ କ୍ୱାରେଣ୍ଟାଇନରେ ଥିଲେ । ୨୮ରେ ବେଙ୍ଗାଲୁରୁରେ ପହଞ୍ଚିଥିବା ୩୬୦ ଯାତ୍ରୀଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନରେ ଥିଲେ। ଆଉ ଗୋଟିଏ ପର୍ଯ୍ୟାୟରେ ପହଞ୍ଚିଥିବା ଯାତ୍ରୀଙ୍କ ଭିତରୁ ୬୧ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି।

ଆହୁରି ଯାତ୍ରୀ ଆସୁଛନ୍ତି। ସୁଦାନରୁ ୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯିବ। ୨୪ ଶହରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର ସରିଲାଣି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଗତ ୨୪ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ କାବେରୀ। ସୁଦାନର ବିଭିନ୍ନ ଅଞ୍ଚଳରେ ଫସିଥିବା ଭାରତୀୟଙ୍କୁ ପ୍ରଥମେ ପୋର୍ଟ ସୁଦାନକୁ ଅଣାଯାଉଛି। ସେଠାରୁ ଜେଦାହ ଏୟାରପୋର୍ଟ ଏବଂ ଜେଦାହରୁ ଭାରତ ଅଣାଯାଉଛି।