କର୍ଣ୍ଣାଟକ ପ୍ରଚାର ମୈଦାନରେ ରାହୁଲଙ୍କ ମାରାଥନ ପରେ ପ୍ରିୟଙ୍କାଙ୍କ ପ୍ରଚାର
କର୍ଣ୍ଣାଟକ ପ୍ରଚାର ମୈଦାନ ଛାଡ଼ୁ ନାହାନ୍ତି କଂଗ୍ରେସର ତୁଙ୍ଗ ନେତା। ରାହୁଲଙ୍କ ମାରାଥନ ପରେ ପ୍ରିୟଙ୍କା ଓହ୍ଲାଇଛନ୍ତି ପ୍ରଚାରକୁ। ବିଜେପିକୁ ପାଲଟା ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଜନତାଙ୍କ ସହ ବିଶ୍ୱାସଘାତକତା କରିଛି ବିଜେପି ।

ବେରୋଜଗାରୀ, ବିକାଶ ଭଳି ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବାକୁ ଉଦ୍ୟମ କରୁଛି। ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା। ଆଜି କର୍ଣ୍ଣାଟକ କୁଡାଚିରେ ବିଶାଳ ରୋଡ ସୋ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ଏଥର କର୍ଣ୍ଣାଟକରେ ସରକାର ଗଢ଼ିବା ନେଇ ଦାବି କରୁଛି କଂଗ୍ରେସ । ବିଜେପି ପୁଣି କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଛି।
ବିଜେପି ଓ କଂଗ୍ରେସ ମଧ୍ୟରେ ଏଥର କଡ଼ା ମୁକାବିଲା। ଜେଡିଏସ୍ ମଧ୍ୟ ଜୋରଦାର କ୍ୟାମ୍ପେନ କରୁଛି। କର୍ଣ୍ଣାଟକରେ ଏଥର ମଧ୍ୟ କିଙ୍ଗ ମେକର ଭୂମିକାରେ ରହିପାରେ ଜେଡିଏସ୍। ମେ ୧୦ରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ଭୋଟ।